ଭୁଷୁଡୁଛି ଲାଲଗଡ : ୮ ମାଓବାଦୀ ମାଲକାନଗିରି ଏସପିଙ୍କ ନିକଟରେ କଲେ ଆତ୍ମସମର୍ପଣ

22

ମାଲକାନଗିରି : ଭୁଷୁଡୁଛି ଲାଲଗଡ । ମାଲକାନଗିରିରେ ୮ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୨ ଜଣ କ୍ୟାଡର ମାଓବାଦୀ ଥିବା ଜଣାପଡିଛି । ସେମାନଙ୍କ ନାଁରେ ଲକ୍ଷେ ଟଙ୍କା ଲେଖାଁଏ ପୁରସ୍କାର ରାଶି ଘୋଷଣା ଥିଲା । ସମନ୍ତେ କାଲିମେଳା ଦଳମ୍ ପାଇଁ କାମ କରୁଥିଲେ । ଏହା ସହ  ୬ ଜଣ ମିଲିସିଆ ସଦସ୍ୟ ମାଓ ଆଦର୍ଶରେ ବିମୁଖ ହୋଇ ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ।