ବରଗଡ଼ ଜିଲ୍ଲା ଲସଦଳା ଗାଁରେ ଅଭାବନୀୟ ଘଟଣା ! ବିଦ୍ୟୁତ ସଂସ୍ପର୍ଶରେ ଆସି ବାପ ଓ ଝିଅଙ୍କର ମୃତ୍ୟୁ

32

କନକ ବ୍ୟୁରୋ: ବରଗଡ଼ ଜିଲ୍ଲା ଅତାବିରା ଥାନା ଲସଦଳା ଗାଁରେ ଘଟିଛି ଅଭାବନୀୟ ଘଟଣା । ଆଜି ଭୋରରୁ ବିଦ୍ୟୁତ ଆଘାତରେ ବାପ ଓ ଝିଅଙ୍କ ମୃତ୍ୟୁ ହୋଇଛି । ଗତକାଲି ରାତିରେ ବର୍ଷା ଯୋଗୁଁ ଗାଁର ହରିଶଙ୍କର ଘର କାନ୍ଥ ଓଦା ରହିଥିଲା ।

ଗତକାଲି ବିଳମ୍ବିତ ରାତିରେ ହରିଶଙ୍କର କୌଣସି କାମ ପାଇଁ ଉଠିଥିବାବେଳେ ଆର୍ଥିଂ ତାର ସଂସ୍ପର୍ଶରେ ଆସିଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ଏବଂ ତାଙ୍କୁ ବଂଚାଇବାକୁ ଯାଇ ଝିଅ ପ୍ରଭାତି ପାତ୍ର ବି ବିଦ୍ୟୁତ ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିଲେ । ତେବେ ଡାକ୍ତରଖାନାରେ ଉଭୟଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଛି । ପ୍ରଭାତୀଙ୍କ ଦୁଇଟି ଝିଅ ଅଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –