ସୁନ୍ଦରଗଡ କୋଇଡ଼ା ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ ! ୭ ଜଣଙ୍କୁ ଗିରଫ କଲା ପୁଲିସ, ସତ ମାନିଲା ଅଭିଯୁକ୍ତ

197

କନକ ବ୍ୟୁରୋ : ସୁନ୍ଦରଗଡ ବଣେଇ ଉପଖଣ୍ଡ କୋଇଡାରେ ଡାହାଣୀ ସନ୍ଦେହରେ ମା ସହ ୪ ଛୁଆଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି । ମୁଖ୍ୟ ଅଭିଯୁକ୍ତ ଡେବେରା ମୁଣ୍ଡା ସମେତ ୭ ଜଣଙ୍କୁ କୋଇଡା ପୁଲିସ ଗିରଫ କରିଛି । ପୂର୍ବରୁ ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ଆଉ ଜଣଙ୍କୁ ଗିରଫ କରାଯାଇଛିି । ଗୁଣିଗାରେଡି ସନ୍ଦେହରେ ସମସ୍ତଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ସ୍ୱୀକାର କରିଛି ।

ଡାହାଣୀ ସନ୍ଦେହରେ କୋଇଡାରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା । ଇଙ୍ଗ ଇନ୍ଦୁପୁର ଗାଁ କନ୍ଦାସାହିରେ ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା କରାଯାଇଥିଲା । ଶାବଳ ସାହାଯ୍ୟରେ ମୁଣ୍ଡକୁ ଛେଚି ସମସ୍ତଙ୍କୁ ହତ୍ୟା କରାଯାଇଥିବା ଅଭିଯୁକ୍ତ କହିଛି । ସୁଦାମ ମୁଣ୍ଡାଙ୍କ ପତ୍ନୀ କୁନି ମୁଣ୍ଡା ଓ ତାଙ୍କର ଦୁଇ ପୁତ୍ର ଓ ଦୁଇ କନ୍ୟାକୁ ହତ୍ୟା କରାଯାଇଥିଲା । ହତ୍ୟା କରିବା ପରେ ହତ୍ୟାକାରୀ ଘର ପାଖାର ଥିବା କୂଅ ଭିତରେ ପକାଇଦେଇଥିଲା । ଗତ ୨୪ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ୨୬ ତାରିଖରେ କୂଅ ଭିତରେ ମୃତଦେହ ଉଦ୍ଧାର କରାଯାଇଥିଲା ।