ସହିଦନଗର ଥାନା ଲଙ୍କାକାଣ୍ଡ ଘଟଣା : ମୁଖ୍ୟ ଅଭିଯୁକ୍ତ ପ୍ରକାଶ ତ୍ରିପାଠୀ ଗିରଫ
କନକ ବ୍ୟୁରୋ : ସହିଦନଗର ଥାନା ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ପ୍ରକାଶ ତ୍ରିପାଠୀ ଗିରଫ । ଆତ୍ମସମର୍ପଣ ପରେ ପ୍ରକାଶକୁ ପୁଲିସ ଗିରଫ କରିଛି । ପ୍ରକାଶକୁ ମିଶାଇ ଗିରଫଦାରୀ ସଂଖ୍ୟା ୬ରେ ପହଞ୍ଚିଛି । ଗତ ୩ ତାରିଖ ରାତିରେ ସହିଦନଗର ଥାନାରେ ପଶି ରାତିଅଧିଆ ଲଙ୍କାକାଣ୍ଡ ଲଙ୍କାକାଣ୍ଡ କରିଥିଲେ ଦୁର୍ବୃତ୍ତ । ସଂଘବଦ୍ଧ ଭାବେ ପୋଲିସ କବଳରୁ ଅଭିଯୁକ୍ତକୁ ଛଡେଇ ନେବାକୁ ଉଦ୍ୟମ କରିବା ବେଳେ ପୋଲିସ ବାଧା ଦେଇଥିଲା । ହେଲେ ଏମାନେ ଥାନାରେ ପଶି ପୋଲିସକୁ ଗୋଡେଇ ଗୋଡେଇ ମାଡ ମାରି ଲହୁଲୁହାଣ କରିଥିଲେ । ଏଥିରେ ଏକାଧିକ ପୋଲିସ କର୍ମଚାରୀ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପୁଲିସ ଏହି ଘଟଣାରେ ପୂର୍ବରୁ ୫ ଜଣଙ୍କୁ ଗିରଫ କରିଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ, ଅଭିଯୁକ୍ତ ପ୍ରକାଶ ତ୍ରିପାଠୀ ଏକ ପିଙ୍କ୍ ଅଟୋରେ ବସି ଆତ୍ମସମର୍ପଣ କରିବାକୁ ପ୍ରଥମେ ଡିସିପି ଅଫିସ୍କୁ ଯାଇଥିଲେ । ସେଠାରେ ସେମାନେ ତାଙ୍କୁ ସହିଦ ନଗର ଥାନାକୁ ଯିବାକୁ ପରାମର୍ଶ ଦେଇଥିଲେ । ତା’ରେ ସେ ତାଙ୍କ ସହଯୋଗୀମାନଙ୍କ ଗହଣରେ ମଟର୍ସାଇକେଲ୍ ଯୋଗେ ସହଦ ନଗର ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଥିଲେ ବୋଲି କୁହାଯାଉଛି । କିନ୍ତୁ ତାଙ୍କୁ ଗିରଫ କରାଯାଇଛି ବୋଲି ସହିଦ ନଗର ଥାନା ପୁଲିସ କହିଛି । ପୂର୍ବରୁ ଏହି ମାମଲାରେ ଅନ୍ୟ ଛଅ ଜଣଙ୍କୁ ଗିରଫ କରାଯାଇ ସାରିଛି।