ଯବାନ ଅପହରଣ ଖବର ଗୁଜବ ! ଶୁଣାକଥା ଉପରେ ଧ୍ୟାନ ନଦେବା ପାଇଁ ପରାମର୍ଶ ଦେଲା ପ୍ରତିରକ୍ଷା ମନ୍ତ୍ରାଳୟ

74

କନକ ବ୍ୟୁରୋ : ଜାମ୍ମୁ-କାଶ୍ମୀରରୁ ଯବାନଙ୍କ ଅପହରଣ ଖବର ଗୁଜବ । ଏନେଇ ଟ୍ୱିଟ କରି ସ୍ପଷ୍ଟ କରିଛି ପ୍ରତିରକ୍ଷା ମନ୍ତ୍ରାଳୟ । ଜାମ୍ମୁ ବଡଗାମରୁ ଜଣେ ଯବାନଙ୍କୁ ଅପହରଣ କରିନିଆଯାଇଥିବା ଖବର କେତେକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ତାହା ମିଛ ବୋଲି ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରାଳୟର ମୁଖପାତ୍ର । ଯେଉଁ ଯବାନଙ୍କୁ ଅପହରଣ କରି ନିଆଯାଇଥିବା ଭିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଛି ସେ ସୁରକ୍ଷିତ ଥିବା କୁହାଯାଇଛି ।  ମହମ୍ମଦ ୟାସୀନଙ୍କୁ ଅପହରଣ କରା ଯାଇଥିବା ଖବର ଠିକ୍‌ ନୁହେଁ ।

କଳ୍ପନାଜଳ୍ପନା ବନ୍ଦ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ତରଫରୁ କୁହାଯାଇଛି ।  ଅପହରଣ କେବଳ ଶୁଣାକଥା ଓ ଏହାକୁ ବିଶ୍ୱାସ ନକରିବାକୁ ସ୍ପଷ୍ଟ କରିଦିଆଯାଇଛି । ଶୁକ୍ରବାର ସଂଧ୍ୟାରେ ଖବର ଆସିଥିଲା ଯେ ଜାମ୍ମୁ-କାଶ୍ମୀର ଲାଇଟ ଇନଫାଂଟ୍ରିର ଯବାନ ମହମ୍ମଦ ୟାସିନଙ୍କୁ ଅଜଣା ବନ୍ଧୁକଧାରୀ ଘରୁ ଉଠାଇ ନେଇଥିଲେ । ଏହା ଆତଙ୍କବାଦୀଙ୍କ କାଣ୍ଡ ବୋଲି ସନ୍ଦେହ କରାଯାଉଥିଲା । ୟାସୀନ୍ ଜମ୍ମୁ ଓ କଶ୍ମୀରର ଲାଇଟ୍ ଇନ୍ଫାଣ୍ଟ୍ରି ୟୁନିଟରେ ଚାକିରି କରନ୍ତି ।