ଆଜି ମା’ଙ୍କ ମହାଷ୍ଟମୀ ପୂଜା : ଆବାହନରେ ଉତ୍ସବ ମୁଖର ସାରା ରାଜ୍ୟ

42

କନକ ବ୍ୟୁରୋ : ଜଗତଜନନୀ ମା’ ଦୁର୍ଗାଙ୍କର ଆଜି ମହାଷ୍ଟମୀ ପୂଜା । ଦେବୀପୀଠ ଗୁଡିକରେ ମହାନବମୀ ପୂଜା ହେଉଥିବାବେଳେ ମଣ୍ଡପରେ ମୃଣ୍ମୟୀ ପ୍ରତିମାଙ୍କ ଅଷ୍ଟମୀ ପୂଜା ଅନୁଷ୍ଠିତ ହେବ । ଏବେ ମଣ୍ଡପଗୁଡିକରେ ଚଣ୍ଡୀପାଠ ସାଙ୍ଗକୁ ଚାଲିଛି ହୋମଯଜ୍ଞ । ହୁଳହୁଳି ଓ ମନ୍ତ୍ରପାଠରେ କମ୍ପୁଛି ପୁରା ପରିବେଶ । ରାତିରେ ପ୍ରତିକ ବଳି ପଡିବାର ପରମ୍ପରା ବି ରହିଛି।

ରାଜଧାନୀର ହାଇ ବଜେଟ୍ ପୂଜା ମେଢଗୁଡିକରେ ଚାଲିଛି ମା’ଙ୍କ ପୂଜାର୍ଚ୍ଚନା । ଦିନ ବଢିବା ସହିତ ଲୋକଙ୍କ ଗହଳି ବି ବଢିବାରେ ଲାଗିଛି । ଶାରଦୀୟ ଦୁର୍ଗାପୂଜାରେ ଝଲସି ଉଠୁଛି ସ୍ମାର୍ଟ ସିଟି ଭୁବନେଶ୍ୱର । ୪ ଦିନ ବ୍ୟାପି ପ୍ରତ୍ୟେକ ସଂଧ୍ୟାରେ ଭଜନ, ପ୍ରବଚନ ଓ ଅନ୍ୟାନ ସାସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରିଛନ୍ତି ବିଭିନ୍ନ ପୂଜା କମିଟି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।