ବିଜେଡି, ବିଜେପି ଓ ରାଣୀ ମହୁମାଛି ! ମହାରଥୀଙ୍କ ‘ରାଣୀ ମହୁମାଛି’ ଉପାଖ୍ୟାନ

49

୨୦୧୯ରେ ସାଧାରଣ ନିର୍ବାଚନରେ ବିଜେପୁରର ପୁନରାବୃତ୍ତି ଦେଖିବାକୁ ମିଳିବ । ପୁଣିଥରେ ଓଡ଼ିଶାରେ ବିଜେଡି ସରକାର ଗଢିବ । ପୁଣିଥରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ । ଏଭଳି ଦୃଢୋକ୍ତି ପ୍ରକାଶ କରିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ । ଏପରିକି ବିଜେପୁରରେ ଦଳ ଯେଉଁଭଳି ସଫଳତା ପାଇଥିଲା ତାହାର ପୁନରାବୃତ୍ତି ଦେଖିବାକୁ ମିଳିବ । ଖାଲି କଂଗ୍ରେସ ନୁହେଁ ବିଜେପି ଭୋଟ ମଧ୍ୟ ହାତେଇବ ବିଜେଡି । ଯାହା ଅଗାମୀ ନିର୍ବାଚନରେ ଦେଖିବାକୁ ମିଳିବ । ଏପରିକି ଓଡ଼ିଶାରେ ବିଜେପି ପାଖୁଡା ମଧ୍ୟ ଖୋଲି ପାରିବ ନାହିଁ । ଏଭଳି କହି ବିଜେପିକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛନ୍ତି ମହାରଥୀ ।

maharathyସେହିପରି ୨୦୧୯ ନିର୍ବାଚନ ଆଗରୁ ବିଜେପିକୁ ସର୍ତକ କରିଛନ୍ତି ମହାରଥୀ । ଯାତ୍ରା ଅନ୍ଦାଜରେ କହିଛନ୍ତି, ସବୁ ଫେଣାରୁ ମହୁ ଖାଇହେବ କିନ୍ତୁ ରାଣୀ ମହୁମାଛି ଥିବା ଫେଣାରେ ହାତ ମାରିଲେ ରାଣୀ ମହୁମାଛି ମାରିଦେବ । ତେବେ ରାଣୀ ମହୁମାଛି କିଏ ତାହା ଉପରୁ ପରଦା ଉଠାଇନଥିଲେ ମହାରଥୀ । ରାଣୀ ମହୁମାଛି କିଏ ତାହାର ଉତ୍ତର ଇତିହାସ ଭବିଷତ୍ୟରେ ଦେବ ବୋଲି କହି ରାଣୀ ମହୁମାଛି ଉପରେ ପରଦା ଢାଙ୍କି ଦେଇଥିଲେ ପ୍ରଦୀପ । ଯାହାକୁ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା ।

ମହାରଥୀଙ୍କ ଚ୍ୟାଲେଞ୍ଜ ଏତିକିରେ ଶେଷ ହୋଇନଥିଲା । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଓଡ଼ିଶାରୁ ଲଢିବାକୁ ଆହ୍ୱାନ ଦେଇଛନ୍ତି ପ୍ରଦୀପ । ଜଗନ୍ନାଥ ଦେଶରେ ଥରେ ଲଢିବାକୁ ଅମିତଙ୍କୁ କଟାକ୍ଷ ଛଳରେ କହିଛନ୍ତି ପ୍ରଦୀପ । ଓଡ଼ିଶାରୁ ଲଢିକି ଅମିତ ଜିତିକି ଯାଆନ୍ତୁ ବୋଲି ମହାରଥୀ କଟାକ୍ଷ କରିଛନ୍ତି । ଗତାକାଲି ଉତ୍ତରପୂବାଞ୍ଚଳ ରାଜ୍ୟ ତ୍ରିପୁରା ଓ ନାଗାଲାଣ୍ଡରେ ବିଜେପିର ଦମଦାର ପ୍ରଦର୍ଶନ ପରେ ଓଡ଼ିଶା, ପଶ୍ଚିମବଙ୍ଗ ଓ କେରଳ ପରବର୍ତ୍ତୀ ଲକ୍ଷ୍ୟ ବୋଲି କହିଥିଲେ ବିଜେପି ଚାଣକ୍ୟ ଅମିତ ଶାହ । ଏପରିକି ଏହି ତିନି ରାଜ୍ୟରେ ବିଜୟୀ ହେବା ପରେ ବିଜେପିର ସୁବର୍ଣ୍ଣଯୁଗ ଆରମ୍ଭ ହେବ ବୋଲି କହିଥିଲେ ଅମିତ । କିନ୍ତୁ ଅମିତଙ୍କ ଏଭଳି ବୟାନକୁ କାଉଣ୍ଟର କରି ପ୍ରଦୀପ କହିଥିଲେ, ବିଜେପି ଓଡ଼ିଶା ଦଖଲ କରିବା ପାଇଁ ଯେଉଁ ସ୍ୱପ୍ନ ଦେଖୁଛି ତାହା ସ୍ୱପ୍ନ ହୋଇ ରହିଯିବ ।

ଏହାଛଡା ଅମିତଙ୍କ ମିଶନ ୧୨୦କୁ ନେଇ ଏକ ନୂଆ ଅଙ୍କ କଷିଥିଲେ ମହାରଥୀ । ତ୍ରିପୁରାରେ ମାଣିକ ସରକାର ଭଳି ଓଡ଼ିଶାରେ ବିଜେଡିର ମଧ୍ୟ ସମାନ ଅବସ୍ଥା ହେବ ବୋଲି ରାଜ୍ୟ ବିଜେପି ନେତା ଦମ୍ଭ ଦେଖାଇ କହିଥିଲେ । କିନ୍ତୁ ରାଜ୍ୟ ବିଜେପି ନେତାଙ୍କ ଦମ୍ଭ ଭାଙ୍ଗିଥିଲେ ପ୍ରଦୀପ । ମିଶନ ୧୨୦ର ବାମ ଓ ଡାହାଣ ଅଙ୍କକୁ ନେଇ ପ୍ରଦୀପ ନୂଆ ଅଙ୍କ କଷିଥିଲେ । ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ଓଡ଼ିଶାରୁ ୧୨ରୁ ୨୦ଟି ଆସନ ହାତେଇବାରେ ସକ୍ଷମ ହେବ । କିନ୍ତୁ ତାହାଠାରୁ ଗୋଟିଏ ବି ସିଟ୍ ଅଧିକ ପାଇବ ନାହିଁ । କିନ୍ତୁ ନମ୍ବର ଦୁଇ ଦଳ ଭାବେ ବିଜେପି ବିଜେଡି ସହ ଫାଇଟ କରିବ ବୋଲି କହିଥିଲେ ମହାରଥୀ ।