ହାତ ଟେକିଦେଲା କେନ୍ଦ୍ର ! ମହାନଦୀର ଉପର ମୁଣ୍ଡରେ ବନ୍ଦ ହେବନାହିଁ ଡ୍ୟାମ୍ ନିର୍ମାଣ କାମ

26

କନକ ବ୍ୟୁରୋ : ମହାନଦୀ ଉପର ମୁଣ୍ଡରେ ଡ୍ୟାମ୍ ନିର୍ମାଣ ବିବାଦରେ ହାତ ଟେକିଦେଲେ କେନ୍ଦ୍ର ସରକାର । ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଚିଠି ଲେଖି କେନ୍ଦ୍ର ଜଳସଂପଦ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ସଂଜୀବ ବାଲ୍ୟାନ ପରୋକ୍ଷରେ କହିଛନ୍ତି, ଡ୍ୟାମ୍ ନିର୍ମାଣ ରୋକିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇପାରିବେ ନାହିଁ । କେନ୍ଦ୍ର ସରକାର କେବଳ ଆପୋଷ ବୁଝାମଣା ପାଇଁ ଉଦ୍ୟମ କରିପାରିବେ ।

ମହାନଦୀର ଉପରମୁଣ୍ଡରେ ଛତିଶଗଡ ଡ୍ୟାମ ଓ ବ୍ୟାରେଜ୍ ନିର୍ମାଣ କରିଚାଲିଛି । ଓଡିଶା ସରକାର କହୁଛନ୍ତି, ଏହି ବିବାଦ ନେଇ କଥାବାର୍ତ୍ତା ଚାଲିଥିବା ବେଳେ ସମାଧାନ ବାଟ ନବାହାରିବାଯାଏଁ, ଛତିଶଗଡ ଡ୍ୟାମ୍ ନିର୍ମାଣ କାମ ବନ୍ଦ ରଖୁ । କିନ୍ତୁ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂ କହିଥିଲେ, ଯୁଦ୍ଧକାଳୀନ ଭିତିରେ ଡ୍ୟାମ ନିର୍ମାଣ ଶେଷ କରାଯିବ । ଏହାରି ଭିତରେ ପୁଣି କେନ୍ଦ୍ର ସରକାରଙ୍କ ଜଳ ସଂପଦ ବିଭାଗ କହୁଛି ଡ୍ୟାମ ନିର୍ମାଣ ବନ୍ଦ କରିବା ପାଇଁ କୌଣସି ନିର୍ଦ୍ଦେଶ ଦେଇହେବ ନାହିଁ ।