ଭୁବନେଶ୍ୱର କଳ୍ପନା ଛକରେ ୨ଟି ବସ୍ ଜାଳିଦେଲେ ଦୁର୍ବୃତ୍ତ ! ପିପିଲି ଗଣ୍ଡଗୋଳ ସହ ପୋଡାଜଳାର ସଂପୃକ୍ତ ଥିବା ସନ୍ଦେହ

19

କନକ ବ୍ୟୁରୋ: ଭୁବନେଶ୍ୱର କଳ୍ପନା ଛକରେ ଦୁଇଟି ଘରୋଇ ବସରେ ନିଆଁ ଲଗାଇଦେଇଛନ୍ତି ଦୁର୍ବୃତ୍ତ । ଗତକାଲି ବିଳମ୍ବିତ ରାତିରେ ଦୁଇଟି ବସ୍ କଳ୍ପନାଛକରେ ଠିଆହୋଇଥିବାବେଳେ ଏଥିରେ ହଠାତ୍ ନିଆଁ ଲାଗିଯାଇଥିଲା । ତେବେ ବସରେ ନିଆଁ କିଏ ଓ କାହିଁକି ଲଗାଇଲା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ବସ୍ ଦୁଇଟି କଳ୍ପନା ଛକର ମ୍ୟୁଜିୟମ ନିକଟରେ ଥିଲା । ତେବେ ପିପିଲି ଗଣ୍ଡଗୋଳ ଘଟଣା ସହ ଏହି ପୋଡାଜଳାର ସଂପୃକ୍ତ ଥିବା ସନ୍ଦେହ କରାଯାଉଛି ।

ଗତ ସପ୍ତାହରେ ପିପିଲିରେ ଦୁର୍ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ଯେଉଁଥିପାଇଁ ସ୍ଥାନୀୟ ଲୋକେ ୩ଟି ବସରେ ନିଆଁ ଲଗାଇଦେଇଥିଲେ । ଏହାକୁ ନେଇ ପିପିଲି ବି ଅଶାନ୍ତ ହୋଇପଡିଥିଲା । ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲା । ପିପିଲି ଘଟଣାକୁ ନେଇ ଭୁବନେଶ୍ୱର-କଟକରୁ ବସ୍ ଚଳାଚଳାକୁ ବି ବନ୍ଦ କରିଥିଲେ ବସ୍ ମାଲିକ । ବସ୍ ଚଳାଚଳକୁ ସ୍ୱାଭାବିକ କରିବାକୁ ଶେଷରେ ପ୍ରଶାସନକୁ ହସ୍ତକ୍ଷେପ କରିବାକୁ ପଡିଥିଲା ।

ଏହା ସହ ଦେଖନ୍ତୁ ଏହି ଭିଡିଓ –