ମେଲବୋର୍ଣ୍ଣକୁ ପଛରେ ପକାଇବ ଅହମଦାବାଦର ମୋଟେରା ଷ୍ଟାଡିୟମ : ହେବ ବିଶ୍ୱର ସର୍ବବୃହତ କ୍ରିକେଟ ପଡିଆ

44

କନକ ବ୍ୟୁରୋ : ଅହମ୍ମଦାବାଦର ମୋଟେରା ଷ୍ଟାଡିୟମ ପାଲଟିବ ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିୟମ ।  ଏଥିପାଇଁ ପୁରୁଣା ଷ୍ଟାଡିୟମକୁ ସମ୍ପୂର୍ଣ୍ଣ ଭାବରେ ଭଙ୍ଗା ଯାଇଛି ଏବଂ ନୂଆ ନିର୍ମାଣ କାମ ପାଇଁ ଏଲ ଆଣ୍ଡ ଟିକୁ ଦାୟିତ୍ୱ ଦିଆଯାଇଛି । ଆସନ୍ତା ୨ ବର୍ଷ ଭିତରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ନୂଆ ମୋଟେରା ଷ୍ଟାଡିୟମରେ ଲକ୍ଷେ ୧୦ ହଜାର ଦର୍ଶକ କ୍ରିକେଟ ମ୍ୟାଚର ମଜା ନେଇ ପାରିବେ  ।

ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ଷ୍ଟାଡିୟମର ସିଟ୍ ସଂଖ୍ୟା ଲକ୍ଷେ ୨୪ ଥିବାବେଳେ ଏହାକୁ ଅତିକ୍ରମ କରି ବିଶ୍ୱର ବଡ କ୍ରିକେଟ ପଡିଆ ହେବ ମୋଟେରା ଷ୍ଟାଡିୟମ । ୨୦୧୫ ସେପ୍ଟେମ୍ବରରୁ ପୁରୁଣା ଷ୍ଟାଡିୟମ ଭଙ୍ଗା କାମ ଆରମ୍ଭ ହୋଇଥିଲା ଯାହା ଏବେ ଶେଷ ହୋଇଛି । ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହା ଗୁଜୁରାଟ କ୍ରିକେଟ ଆସୋସିଏସନର ସଭାପତି ଥିବା ବେଳେ ନିଜ ରାଜ୍ୟରେ ସବୁଠୁ ବଡ ଷ୍ଟାଡିୟମ ପାଇଁ ମଧ୍ୟ ସ୍ୱପ୍ନ ଦେଖିଥିଲେ । ଯାହା ଏବେ ସାକାର ହେବାପାଇଁ ଯାଉଛି । ଭାରତରେ କୋଲକାତାର ଇଡେନ୍ ଗାର୍ଡେନ ପରେ ମୋଟେରାରେ ସବୁଠୁ ଅଧିକ ଦିନିକିଆ ମ୍ୟାଚ୍ ଖେଳାଯାଇଛି ।