ଲଘୁଚାପ ବର୍ଷାରେ ଭିଜିବ ସାରା ଓଡିଶା : ଆଂଚଳିକ ପାଣିପାଗ କେନ୍ଦ୍ରର ସତର୍କବାଣୀ

47

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି । ଆଜିି ଏହା ଡିପ୍ରେସନର ରୂପ ନେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଉତର ଓ ଦକ୍ଷିଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଲଘୁଚାପ ଯୋଗୁଁ ଏବେ ଅଶାନ୍ତ ସମୁଦ୍ର । ଏପରକି ୩-୪ ମିଟର ଉଚ୍ଚ ଜୁଆର ସୃଷ୍ଟି ହେବାର ସମ୍ଭାବନା ରହଛି । ଏଭଳି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ଗବେଷଣା କେନ୍ଦ୍ର। ଆସନ୍ତା ଦୁଇ ଦିନର ରାଜ୍ୟରେ ବର୍ଷା ହେବା ସହ ୪୫-୫୦ କିଲୋମିଟର ବେଗରେ ପବନ ବୋହି ବୋଲି କହିଛନ୍ତି ପାଣିପାଗ ବିଭାଗ ନିର୍ଦେଶକ । ଏହା ସହ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣା କରାଯାଇଛି । ଅଶାନ୍ତ ସମୁଦ୍ର ଏବଂ ଉଚ୍ଚ ଜୁଆର ପାଇଁ ପୁରୀ କୂଳ ପୁଣି ଖାଇଯିବା ଆଶଙ୍କା ସୃଷ୍ଟି ହୋଇଛି।