“ଖାନେ କେ ବାଦ କୁଛ ମିଠା ହୋ ଜାୟେ” : ଭୋଜନ ପରେ ମିଠା ପ୍ରତି ଆସକ୍ତିର କାରଣ

37

ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ, ୬୬% ଭାରତୀୟ ଭୋଜନ ପରେ କିଛି ମିଠା ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । ସେହି ମିଠାରେ ଆଇସକ୍ରିମ, ରସଗୋଲା, ଗୋଲାପଜାମୁନ, ଚକୋଲେଟ, କେକ ଇତ୍ୟାଦି ଅନ୍ତର୍ଭୁକ୍ତ । ଖାଦ୍ୟ ବିଶେଷଜ୍ଞଙ୍କ ଅନୁସନ୍ଧାନରୁ ପ୍ରକାଶ ଯେ ଭାରତୀୟମାନେ ବିଦେଶରେ ଭୋଜନ କରିବା ସମୟରେ ମଧ୍ୟ ମିଠାର ଆବଶ୍ୟକତା ଅନୁଭବ କରିଥାନ୍ତି । ଏହାକୁ ନେଇ ଗବେଷଣା ହେବା ପରେ ଏ ସଂକ୍ରାନ୍ତ ତଥ୍ୟ ସାମନାକୁ ଆସିଥିଲା ।

• ଭାରତୀୟମାନେ ଭୋଜନରେ ପ୍ରଚୁର ପରିମାଣରେ କାର୍ବୋହାଇଡ୍ରେଟ ଖାଦ୍ୟ ଖାଇଥାନ୍ତି । ଏହା ଶରୀର ପାଇଁ ଉତ୍ତମ । ହେଲେ ଆବଶ୍ୟକତାଠାରୁ ଅଧିକ ଖାଇବା ଦ୍ୱାରା ରକ୍ତରେ ଶର୍କରାର ପରିମାଣ ବଢ଼େ । ଏଣୁ ଆମର ମିଠା ଖାଦ୍ୟ ଖାଇବା ନିମନ୍ତେ ଲୋଭ ବଢ଼େ ।

• ଅନ୍ୟ ଏକ ମୁଖ୍ୟ କାରଣ ହେଉଛି ଭାରତୀୟ ବ୍ୟଞ୍ଜନରେ ଅଧିକ ପରିମାଣରେ ଲୁଣର ଉପଯୋଗ ହୁଏ । ତେଣୁ ଏହା ଖାଇବା ପରେ ମିଠା ପ୍ରତି ଲାଳସା ବଢ଼ୁଥିବାର ବିଶେଷଜ୍ଞଙ୍କ ମତ ।

• ତେବେ ଭୋଜନ ପରେ ମିଠା ଖାଇବାର ଇଚ୍ଛା ପଛରେ ମନସ୍ତତ୍ତ୍ୱବିତ ମଧ୍ୟ ମତ ପ୍ରକାଶ କରିଛନ୍ତି । ଭୋଜନ କରିବା ସମୟରେ ଆମ ମସ୍ତିଷ୍କରୁ ସେରେଟିନ ନାମକ ରାସାୟନିକ ତତ୍ତ୍ୱ ନିର୍ଗତ ହୁଏ, ଯାହା କାରଣରୁ ଆମର ମିଠା ଖାଇବାକୁ ଇଚ୍ଛା ହୋଇଥାଏ ।