ସ୍ନାନ ପରେ ଅସୁସ୍ଥ, ଅଣସରବାସରେ ଶ୍ରୀବିଗ୍ରହ ! ବିଜେ ହେଲେ ପଟ୍ଟିଦିଅଁ

32

କନକ ବ୍ୟୁରୋ: ଅଣସରବାସରେ ଶ୍ରୀବିଗ୍ରହ । ୧୦୮ ଗରା ପାଣିରେ ସ୍ନାନ ପରେ ଅସୁସ୍ଥ ହୋଇ ଅଣସରପିଣ୍ଡିରେ ଅବସ୍ଥାନ କରୁଛନ୍ତି ଶ୍ରୀବିଗ୍ରହ । ମହାପଭୁଙ୍କ ସ୍ନାନମଣ୍ଡପରେ ସ୍ନାନନୀତି ପରେ ମହାପ୍ରଭୁ ହାତୀ ବେଶରେ ଦର୍ଶନ ଦେଇଥିଲେ । ମାତ୍ରାଧିକ ସ୍ନାନ ଯୋଗୁଁ ଶ୍ରୀବିଗ୍ରହ ଅସୁସ୍ଥ ଅନୁଭବ କରି ଚିକିତ୍ସା ପାଇଁ ଅଣସର ପିଣ୍ଡିରେ ଅଛନ୍ତି । ଅସୁସ୍ଥ ଠାକୁରଙ୍କୁ ସେବକଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ପାଚକ ଆଦି ଉପଚାର କରାଯିବ । ଏହି ଔଷଧ ପ୍ରାପ୍ତି ହେଲେ ମହାପଭୁ ନବଯୋବନ ପ୍ରାପ୍ତି ହେବେ । ଏହି ସମୟରେ ବିକଳ୍ପ ଦର୍ଶନ ଲାଗି ଶ୍ରୀମନ୍ଦିରରେ ପଟ୍ଟିଦିଅଁ ବିଜେ କରିଛନ୍ତି । ପଟ୍ଟିଦିଅଁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ ।