ଭୁବନେଶ୍ୱରରୁ ଠକ ପୁଲିସ ଗିରଫ ! ଲୋକଙ୍କୁ ଭୁଆଁ ବୁଲାଉଥିବା କନେଷ୍ଟବଳ ସୁଧୀର କୁମାର ପ୍ରଧାନକୁ ଗିରଫ କଲା ଜିଆରପି

33

କନକ ବ୍ୟୁରୋ: ଭୁବନେଶ୍ୱରରୁ ଠକ ପୁଲିସ ଗିରଫ । ଲୋକଙ୍କୁ ଭୁଆଁ ବୁଲାଉଥିବା କନେଷ୍ଟବଳ ସୁଧୀର କୁମାର ପ୍ରଧାନକୁ ଜିଆରପି ଗିରଫ କରିଛି । ଟ୍ରେନରେ ବୁଲି ଯାତ୍ରୀଙ୍କ ଠାରୁ ମୋବାଇଲ ଫୋନ ଚୋରି କରେ ସୁଧୀର । ବିଶାଖପାଟଣା ରୁଟରେ ପ୍ରତିଦିନ ବୁଲେ ସୁଧୀର । ଏପରିକି ବିନା ଟିକେଟରେ ଯାଉଥିବା ଲୋକଙ୍କ ଠାରୁ ଟଙ୍କା ଆଦାୟ କରୁଥିବାର ମଧ୍ୟ ଅଭିଯୋଗ ରହିଛି । ସିବିଆଇ କହି ମଧ୍ୟ ସେ ବହୁ ଲୋକଙ୍କୁ ଠକିଥିବା ଜଣାପଡିଛି ।