ଗୀତାଶାଳରେ ରାହୁଲ ! ଆରଏସଏସ୍ ଓ ବିଜେପିକୁ ଟକ୍କର ଦେବାକୁ କଂଗ୍ରେସ ଉପାଧ୍ୟକ୍ଷ ଚୟନ କଲେ ଧର୍ମର ମାର୍ଗ

39

କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଏବେ ବେଦ ଉପନିଷଦ ପଢିବା ଆରମ୍ଭ କରି ଦେଇଛନ୍ତି । ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘ ଏବଂ ଭାରତୀୟ ଜନତା ପାର୍ଟିକୁ କଡା ଟକ୍କର ଦେବା ପାଇଁ ରାହୁଲ ଗାନ୍ଧି ଏଭଳି କରୁଛନ୍ତି । ତେବେ ଏକଥା ଆମେ କହୁନାହୁଁ ବରଂ ଏକଥାକୁ ଖୋଦ ରାହୁଲ ଗାନ୍ଧି ସ୍ୱୀକାର କରି କହିଛନ୍ତି ।

ଦଳ କର୍ମକର୍ତ୍ତାଙ୍କୁ ସମ୍ବୋନ୍ଧିତ କରିବାକୁ ଯାଇ ରାହୁଲ ଗାନ୍ଧି କହିଛନ୍ତି କି, ‘ଆଜିକାଲି ମୁଁ ଗୀତା ଏବଂ ଉପନିଷଦ ପଢୁଛି ଯାହାଦ୍ୱାରା ଆରଏସଏସ୍ ଏବଂ ବିଜେପି ସହ ଲଢିପାରିବି’ । ରାହୁଲ୍ ପୁଣି ମଧ୍ୟ କହିଛନ୍ତି, ‘ମୁଁ କିଛି ଆରଏସଏସର ସଦସ୍ୟଙ୍କୁ ପ୍ରଶ୍ନ କରିଥିଲି କି ବନ୍ଧୁ ଆପଣ ଜନତାଙ୍କ ଉପରେ ଅନେକ ଅତ୍ୟାଚାର କରୁଛନ୍ତି କିନ୍ତୁ ଉପନିଷଦରେ ତ ଉଲ୍ଲେଖ ରହିଛି କି ସମସ୍ତ ମନୁଷ୍ୟ ସମାନ ଅଟନ୍ତି । ଯାହାର ଅର୍ଥ ହେଲା କି ଆପଣ ନିଜେ ନିଜର ଧର୍ମରେ ଦର୍ଶାଯାଇଥିବା କର୍ମର ବିପରୀତ ଭାବେ ପାଳନ କରୁଛନ୍ତି’ ।

ରାହୁଲଙ୍କ ଅଭିଯୋଗ ରହିଛି, ବିଜେପି ସଂପୂର୍ଣ୍ଣ ଭାବେ ଭାରତକୁ ବୁଝିପାରିନାହିଁ । ସେ କେବଳ ଆରଏସଏସର ମୁଖ୍ୟାଳୟ ନାଗପୁରକୁ ହିଁ ଭାରତ ବୋଲି ଭାବି ନେଇଛି । ଏଥିସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାହୁଲ କଟାକ୍ଷ୍ୟ କରି କହିଛନ୍ତି କି, ବିଶ୍ୱର ସମସ୍ତ ଜିନିଷ ତଥା ସମସ୍ତ ପ୍ରସଙ୍ଗ ମୋଦିଙ୍କଠାରୁ ସୃଷ୍ଟି ହୋଇଛି ଏବଂ ମୋଦିଙ୍କଠାରେ ହିଁ ଶେଷ ହେବ ବୋଲି ବିଜେପିର କର୍ମକର୍ତ୍ତାମାନେ ଭାବୁଛନ୍ତି । କିନ୍ତୁ ତାଙ୍କର ଏଭଳି ଚିନ୍ତାଧାରା ଯେତେ ଆଶ୍ଚର୍ଯ୍ୟକର ସେତିକି ମଧ୍ୟ ହାସ୍ୟାସ୍ପଦ ଅଟେ ।

ଏହାସହ ମଧ୍ୟ ପଢନ୍ତୁ- ନମ୍ବର ‘୮’ ପ୍ରତି ମୋଦିଙ୍କର ଥିବା ଅହେତୁକ ପ୍ରେମ ପଛରେ କଣ ରହିଛି ରହସ୍ୟ ? ଜାଣନ୍ତୁ