ରାଉରକେଲାରେ ୨୫ ଲକ୍ଷ ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାସ କଲା ପୁଲିସ

26

କନକ ବ୍ୟୁରୋ :  ରାଉରକେଲାରେ ୨୫ ଲକ୍ଷ ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାସ କଲା ପୁଲିସ । ଗତ ୧ ତାରିଖରେ ସିଏମଏସ ସଂସ୍ଥାର କ୍ୟାସ ଭ୍ୟାନରୁ ଲୁଟ୍ ଘଟଣାରେ ୬ଜଣଙ୍କୁ ଗିରଫ କରିଛି ସୁନ୍ଦରଗଡ ପୁଲିସ । ଏସବିଆଇ ଏଟିଏମରେ ଟଙ୍କା ଭର୍ତି କରିବାକୁ ଗଲାବେଳେ ବାରିଲାପେଟାରେ ଦୁଇଟି ବାଇକରେ ଆସି ୪ଜଣ ଦୁର୍ବୃତ ବନ୍ଧୁକ ମୁନରେ ୨୫ ଲକ୍ଷ ଟଙ୍କା ଲୁଟି ନେଇଥିଲେ ।

ଲୁଟେରାଙ୍କୁ ଧରିବା ଲାଗି ରାଉରକେଲା ଏସପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିବାବେଳେ ଏଥିରେ ପୁଲିସ ସଫଳ ହୋଇଛି । ଗିରଫ ୬ଜଣଙ୍କ ଭିତରେ ସିଏମଏସ ସଂସ୍ଥାର ୨ଜଣ କର୍ମଚାରୀ ମଧ୍ୟ ଅଛନ୍ତି । ଏମାନଙ୍କ ନିକଟରୁ ୨୪ ଲକ୍ଷ ୩୫ ହଜାର ଟଙ୍କା ସହ ୩ଟି ବାଇକ, ୧୦ଟି ମୋବାଇଲ ଫୋନ, ୨ଟି ବନ୍ଧୁକ ଓ ଭୂଜାଲି ଜବତ କରିଛି ପୁଲିସ ।