ଲୋକସଭାରେ ଅନୁସୂଚିତ ଜାତି ଓ ଜନଜାତି ଆଇନ ସଂଶୋଧନ ବିଲକୁ ବିଜେଡିର ସମର୍ଥନ, ଆଇନ ଲାଗୁ ହେଲେ ଜାତି ଓ ଜନଜାତି ପାଇବେ ଅଧିକ ସୁବିଧା ବୋଲି କହିଲେ ସାସଂଦ ରୀତା ତରାଇ

33

କନକ ବ୍ୟୁରୋ : ଲୋକସଭାରେ ବିଜେଡି ଅନୁସୂଚିତ ଜାତି ଓ ଜନଜାତି ଆଇନ ସଂଶୋଧନ ବିଲ୍କୁ ସମର୍ଥନ ଜଣାଇଛି। ଲୋକସଭାରେ ଏହି ସଂଶୋଧନ ବିଲ୍ ଆଲୋଚନାରେ ଭାଗ ନେଇଥିଲେ ବିଜେଡି ସାଂସଦ ରୀତା ତରାଇ। ରୀତା ତରାଇ କହିଥିଲେ ଏସସି ଓ ଏସଟି ନିର୍ଯାତନା ନିବାରଣ ସଂଶୋଧନ ଆଇନକୁ ସେ ସ୍ୱାଗତ କରୁଛନ୍ତି ଏବଂ ସରକାର ଏହି ବିଲ୍କୁ ଚଳିତ ସଂସଦ ଅଧିବେଶନର ପ୍ରଥମ ଦିନରେ ହିଁ ଆଗତ କରିବାର ଥିଲା ବୋଲି କହିଥିଲେ। ସେ କହିଥିଲେ ଏବେ ମଧ୍ୟ ଆମ ସମାଜରେ ଜାତି ଭିତ୍ତିକ ଅତ୍ୟାଚାର ପ୍ରଚଳିତ ରହିଛି। ତେଣୁ ସରକାରଙ୍କ ଦ୍ୱାରା ଅଣାଯାଇଥିବା ସଂଶୋଧନ ବିଲ୍ ପରମ୍ପରା ଉପରେ ପର୍ଯ୍ୟବସିତ ସାମାଜିକ ବ୍ୟବସ୍ଥାର ପରିବର୍ତ୍ତନ ଓ ଅତ୍ୟାଚାରିତ ଜନସମୂହକୁ ନ୍ୟାୟ ପ୍ରଦାନ କରିବ ବୋଲି ତରାଇ କହିଥିଲେ। ସାମାଜିକ ନ୍ୟାୟ ଦିଗରେ ଏହି ସଂଶୋଧିତ ଆଇନ ବଳିଷ୍ଠ ପଦକ୍ଷେପ ହୋଇପାରିବ ବୋଲି ସେ କହିଥିଲେ।