ସାରା ରାଜ୍ୟରେ ଲାଗିି ରହିଛି ଲଘୁଚାପ ଜନିତ ବର୍ଷା : ଲଗାଣ ବର୍ଷା ଲାଗି କଟକର ସମସ୍ତ ସ୍କୁଲ କଲେଜକୁ ଛୁଟି ଘୋଷଣା କଲେ ଜିଲ୍ଲାପାଳ

72

କନକ ବ୍ୟୁରୋ : ସାରା ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ରାଜଧାନୀ ଭୂବନେଶ୍ୱର ସମେତ କଟକ, ଯାଜପୁର, କେନ୍ଦୁଝର ଆଦି ଅନେକ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବା ସୂଚନା ମିଳିଛି । ଏପଟେ ଆଗାମୀ ୨୪ ଘଣ୍ଟା ପର୍ଯନ୍ତ ରାଜ୍ୟରେ ଆହୁରି ପ୍ରବଳ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବର୍ଷା ଲାଗି କଟକର ସମସ୍ତ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ମିଳିଥିବା ସୂଚନା ଅନୁସାରେ କଟକର ଅନେକ ଅଞ୍ଚବୁଡି ରହିଛି । ଡ୍ରେନେଜ ବ୍ୟବସ୍ଥା ସଠିକ ନଥିବାରୁ ରାସ୍ତାରେ ପାଣି ଜମିରହିଛି । ତେଣୁ ଗାଡିମଟର ଚଳାଚଳ ବିଶେଷ ଭାବରେ ପ୍ରଭାବିତ ହୋଇଥିବା ସୂଚନା ମିଳିଛି । କେବଳ କଟକ ନୁହେଁ ବରଂ ରାଜଧାନୀ ଭୂବନେଶ୍ୱରରେ ମଧ୍ୟ ଅନେକ ସ୍ଥାନରେ ପାଣି ଜମିରହିଥିବା ସୂଚନା ମିଳିଛି ।

ନୟାପଲ୍ଲୀ, ଆଚାର୍ଯ୍ୟ ବିହାର, ଭିଏସଏସନଗର, ବେହେରା ସାହି ଆଦି ଅନେକ ସ୍ଥାନରେ ଘରେ ପାଣି ପଶିଥିବା ଦେଖିବାକୁ ମିଳିଛି । ଟ୍ୟୁୟିନ ସିଟିରେ ସଠିକ ଭାବରେ ବର୍ଷାପାଣି ନିଷ୍କାସନର ସଠିକ ବ୍ୟବସ୍ଥା ନଥିବାରୁ ବର୍ଷା ହେଲା ମାତ୍ରେ ସହରର ଅନେକ ଲୋକଙ୍କ ଘରେ ପାଣି ପଶି ରହିଛି । ଏପରିକି ରାଜଧାନୀର କେତେକ ସ୍ଥାନରେ ଘର ଭିତରେ ଅଣ୍ଟାଏ ଉତ୍ତର ପାଣି ଜମିରହିଥିବା ସୂଚନା ମିଳିଛି । କେବଳ ରାଜଧାନୀରେ ଏହି ଅବସ୍ଥା ନୁହେଁ ବରଂ ସାରା ଓଡିଶାରେ ଅନେର ସ୍ଥାନରେ ଏପରି ବର୍ଷା ହୋଇଥିବା ସୂଚନା ମିଳିଛି । ସେପଟେ ଜଳକା ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ବାଲେଶ୍ୱରର ମଥାନାଠାରେ ଜଳକା ବିପଦ ସଙ୍କେତ ଟପିଥିବା ସୂଚନା ମିଳିଛି । ତଳିଆ ଅଞ୍ଚଳର ଲୋକମାନଙ୍କୁ ସତର୍କ ସୂଚନା ଜାରି କରିଛନ୍ତି ସ୍ଥାନୀୟ ବିଡିଓ । ତେବେ ବର୍ତ୍ତମାନ ସମୟରେ ବନ୍ୟା ବିଷୟରେ କୈାଣସି ସୂଚନା ମିଳିପାରିନାହିଁ ।