ସନ୍ଧ୍ୟାହେଲେ ଝଲସୁୁଛି ସମ୍ବଲପୁର ସହର ! କିମିଆ କରୁଛି ଚିକମିକ୍ ଆଲୁଅ ଓ ଆକର୍ଷଣୀୟ କଳାକୃତି, ବୁଲାବୁଲି କରି ମଜା ନେଉଛନ୍ତି ଲୋକେ

186

କନକ ବ୍ୟୁରୋ : ପଶ୍ଚିମ ଓଡ଼ିଶାର ହୃଦୟ ସମ୍ବଲପୁର ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ସଂଧ୍ୟା ହେଲେ ରଙ୍ଗୀନ ଆଲୁଅରେ ଝଲମଲ କରୁଛି ସମ୍ବଲପୁର ସହର । ସୁସଜ୍ଜିତ ଆଲୋକ ମାଳା ସାଙ୍ଗକୁ ବିଭିନ୍ନ କାରୁକାର୍ଯ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ।  ସମ୍ବଲପୁର ସହର ସନ୍ଧ୍ୟା ହେଲେ ସ୍ମାର୍ଟ ସିଟିର ଭ୍ରମ ସୃଷ୍ଟି କରୁଛି । ଭୁତାପଡ଼ା ଛକ, ଜେଲ୍ ଛକ ଓ ରିଙ୍ଗ ରୋଡ ଦେଇ ସମଲେଇ ମନ୍ଦିର ପର୍ଯ୍ୟନ୍ତ ସୌନ୍ଦର୍ଯ୍ୟକରଣ ଲୋକଙ୍କୁ ଆକୃଷ୍ଟ କରୁଛି । ରଙ୍ଗୀନ ଆଲୁଅରେ ବିଭିନ୍ନ କାରୁକାର୍ଯ୍ୟର ସୌନ୍ଦର୍ଯ୍ୟ ଲୋକଙ୍କୁ ମନ ଜିଣୁଛି ।

ପରିବାର ସହ କିମ୍ବା ସାଙ୍ଗ ସାଥି, ସମସ୍ତେ ବୁଲାବୁଲି କରୁଥିବା ଦେଖିବାକୁ ମିଳୁଛି । ସେହିପରି “ଆଇ ଲଭ୍ ସମ୍ବଲପୁର’ ପାଲଟିଛି ସେଲ୍ଫି ପଏଂଟ । ସମ୍ବଲପୁର ମହାନଦୀ କୂଳର ସୌନ୍ଦର୍ଯ୍ୟକରଣ ହେଉ କିମ୍ବା ସହରର ସୌନ୍ଦର୍ଯ୍ୟକରଣ, ସବୁଠାରେ ଚକଚାକ ଦେଖିବାକୁ ମିଳିଛି । ବିଭିନ୍ନ ଆଲୋକମାଳାରେ ସରକାରୀ କାର୍ଯ୍ୟାଳୟ ଗୁଡ଼ିକୁ ମଧ୍ୟ ସଜା ଯାଇଛି । ଯାହା ସମ୍ବଲପୁରର ସୌନ୍ଦର୍ଯ୍ୟକୁ ଆହୁରି ବଢାଇ ଦେଇଛି । ଅଗାମୀ ଦିନରେ ସମ୍ବଲପୁରର ଏହି ସୌନ୍ଦ୍ୟର୍ଯ୍ୟକରଣ ପର୍ଯ୍ୟଟକକୁ ଟାଣି ଆଣିବ ବୋଲି ଆଶା କରାଯାଉଛି ।