ଖରାଛୁଟି କାଟିବାକୁ ଭ୍ରମଣରେ ଯାଉଥିବା ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର ! ଯାତ୍ରୀଙ୍କୁ ଦେବାକୁ ପଡିବ ୪ରୁ ୯ପ୍ରତିଶତ କମ୍ ଭଡା

36

କନକ ବ୍ୟୁରୋ : ଖରାଛୁଟି କାଟିବାକୁ ଭ୍ରମଣରେ ଯିବାକୁ ଚାହୁଁଥିବା ବିମାନ ଯାତ୍ରୀଙ୍କ ପାଇଁ ଖୁସୀ ଖବର । ଖରାଦିନରେ ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ୪ପ୍ରତିଶତରୁ ୯ପ୍ରତିଶତ ଭଡା କମ୍ ଦେବାକୁ ପଡିବ । ଭ୍ରମଣ ସୁବିଧା ଯୋଗାଉଥିବା ଯାତ୍ରା-ଡଟ୍-କମ୍, କ୍ଲିୟରଟିପ୍ସ ଓ ଲେକ୍ସିଗୋ ଏହି ସୁବିଧା ଯୋଗାଇ ଦେଉଛନ୍ତି । ଟ୍ରାଭେଲ କମ୍ପାନୀମାନଙ୍କ କହିବା ଅନୁଯାୟୀ ଚଳିତ ବର୍ଷ ବିମାନ ଯାତ୍ରୀଙ୍କ ସଂଖ୍ୟାରେ ୨୦ପ୍ରତିଶତ ଚାହିଦା ବୃଦ୍ଧିପାଇଛି । ତଥାପି ଗତ ବର୍ଷ ତୁଳନାରେ ବିମାନ ଭଡା କମ୍ ପଡିବ ।

air fair

ଯାତ୍ରା-ଡଟ୍ କମର ତଥ୍ୟ ଅନୁଯାୟୀ ଗତ ବର୍ଷର ଏହି ସମୟ ତୁଳନାରେ ୫ପ୍ରତିଶତ ବିମାନ ସେବା କମ ରହିଛି । ତେବେ ଦିଲ୍ଲୀରୁ ମୁମ୍ବାଇ ଯାତ୍ରାକୁ ଏଥିରୁ ବାଦ ଦିଆଯାଇଛି । ଦିଲ୍ଲୀରୁ ମୁମ୍ବାଇ ବିମାନ ଯାତ୍ରା ପାଇଁ ଗତ ବର୍ଷ ତୁଳନାରେ ୧୨ ପ୍ରତିଶତ ଅଧିକ ଭଡା ଦେବାକୁ ପଡୁଛି । ସେହିପରି ଲେକି୍ସଗୋର ତଥ୍ୟ ଅନୁଯାୟୀ ଏପ୍ରିଲରୁ ଜୁନ୍ ମଧ୍ୟରେ ଦେଶ ଭିତରେ ବିମାନରେ ଯାତ୍ରା କରିବା ପାଇଁ ଗତ ବର୍ଷ ତୁଳନାରେ ୯ପ୍ରତିଶତ ଭଡା କମ୍ ହୋଇଛି । ଯେତେବେଳେ କି ବିମାନରେ ବିଦେଶ ଯାତ୍ରା ପାଇଁ ହାରାହାରି ୧୯ ପ୍ରତିଶତ ଭଡା କମ୍ ରହିଛି । ବିମାନ ସେବା ଯୋଗାଇବାରେ ପ୍ରତିଦ୍ୱନ୍ଦିତା, ଆନ୍ତର୍ଜାତୀୟ ବଜାରରେ ତୈଳ ଦର ସ୍ଥିରତା ଯୋଗୁଁ ଭଡା କମ୍ ହୋଇଛି ବୋଲି ଦର୍ଶାଯାଇଛି ।