କନକ ବ୍ୟୁରୋ:ଭଗବାନ ଭରସାରେ ରେଳ ସୁରକ୍ଷା । ବଗିକୁ ଛାଡ଼ି ଇଂଜିନ୍ ଛୁ । ୱାଗନକୁ ଛାଡ଼ି ୨ କିଲୋମିଟର ଚାଲିଗଲା ଟ୍ରେନ୍ । ବାଲେଶ୍ୱର ପଣପଣା ଷ୍ଟେସନରେ ଘଟିଛି ଏହି ଘଟଣା । ଗତକାଲି ପଣପଣା ଷ୍ଟେସନରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ୍ ହୋଇଛି । ଟ୍ରେନଟି ଧାମରାରୁ ଟାଟା ଯାଉଥିବା ବେଳେ ଅଚାନକ ପଛପଟରେ ଥିବା ୫ଟି ବଗି ଖସିଯାଇଥିଲା । ତେବେ ବାକି ବଗି ସହ ଖନ୍ତାପଡ଼ା ଷ୍ଟେସନରେ ପହଂଚିଥିଲା ଟ୍ରେନଟି । ପରେ ଖସି ଯାଇଥିବା ବଗିଗୁଡ଼ିକୁ ଖନ୍ତାପଡ଼ା ଷ୍ଟେସନକୁ ଅଣାଯାଇ ଟ୍ରେନରେ ଯୋଡ଼ାଯାଇଥିଲା । ଘଟଣାରେ କେହି ମୃତାହତ ହୋଇ ନାହାନ୍ତି । ଏଭଳି ଘଟଣା ଚଳିତ ମାସ ୭ ତାରିଖରେ ବି ଘଟିଥିଲା । ଅଳ୍ପକେ ଦୁର୍ଘଟଣାରୁ ବର୍ତିଥିଲା ପୁରୀ-ଅହମଦାବାଦ ଏକ୍ସପ୍ରେସ୍ । ଟିଟିଲାଗଡରୁ ବିନା ଇଞ୍ଜିନରେ ୧୩ କିଲୋମିଟର ଗଡିବା ସହ ପଛକୁ ଏକ କିଲୋମିଟର ଆସି କେସିଙ୍ଗା ଷ୍ଟେସନରେ ଅଟକିଥିଲା । ଯାତ୍ରୀ ବଡ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଥିଲେ । ଏହାର ଏକସପ୍ତାହ ପରେ ପୁଣି ଏଭଳି ଏକ ଘଟଣା ରେଳସୁରକ୍ଷା ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏବେ ନଜର ପକାନ୍ତୁ ଦୁର୍ଘଟଣା ହେଲା କେମିତି
କାଲି ରାତିରେ ମାଲବାହୀ ଟ୍ରେନ ବାଲେଶ୍ୱରର ଧାମରା ବନ୍ଦରରୁ ଟାଟା ଯାଉଥିଲା । ତେବେ ପଣପଣା ନିକଟରେ ଟ୍ରେନର ଲକ୍ ସିଷ୍ଟମରେ ସମସ୍ୟା ଦେଖାଦେଇଥିଲା । ଫଳରେ ଟ୍ରେନରୁ ୫ଟି ବଗି ଇଞ୍ଜିନଠାରୁ ଅଲଗା ହୋଇଯାଇଥିଲା । ଇଞ୍ଜିନ ବାକି ବଗି ସହ ଖନ୍ତାପଡ଼ା ଷ୍ଟେସନରେ ପହଂଚିଥିଲା । ପରେ ଖସି ଯାଇଥିବା ବଗିଗୁଡ଼ିକୁ ଖନ୍ତାପଡ଼ା ଷ୍ଟେସନକୁ ଅଣାଯାଇ ଟ୍ରେନରେ ଯୋଡ଼ାଯାଇଥିଲା । ଗୋଟିଏ ସପ୍ତାହ ବ୍ୟବଧାନରେ ରାଜ୍ୟର ଦୁଇଟି ସ୍ଥାନରେ ଏଭଳି ଘଟଣା ରେଳ ସୁରକ୍ଷା ଉପରେ ବଡ ପ୍ରଶ୍ନ ସୃଷି କରିଛି । ରେଳ ବିଭାଗର ଘଟଣାର ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ ଦେଇଛିା କିନ୍ତୁ ବଡ ପ୍ରଶ୍ନ ଉଠୁଛି ଏଭଳି ଘଟଣା ପାଇଁ ଦାୟୀ କିଏ । ଅବହେଳା ପାଇଁ କାହାକୁ ଦାୟୀ କରାଯିବ ।
ସୂଚନା ଅନୁସାରେ, ଟ୍ରେନଟି ଧାମରାରୁ ଟାଟା ଯାଉଥିବା ବେଳେ ଅଚାନକ ପଛପଟରେ ଥିବା ୫ଟି ବଗି ଖସିଯାଇଥିଲା । ତେବେ ବାକି ବଗି ସହ ଖନ୍ତାପଡ଼ା ଷ୍ଟେସନରେ ପହଂଚିଥିଲା ଟ୍ରେନଟି । ପରେ ବିଚ୍ଛିନ୍ନ ହୋଇଯାଇଥିବା ବଗିଗୁଡ଼ିକୁ ଖନ୍ତାପଡ଼ା ଷ୍ଟେସନକୁ ଅଣାଯାଇ ପୁଣି ଥରେ ଟ୍ରେନରେ ଯୋଡ଼ାଯାଇଥିଲା । ଘଟଣାରେ କେହି ମୃତାହତ ହୋଇ ନଥିବା ମିଳିଥିବା ସୂଚନାରୁ ଯାହା ଜଣାପଡିଛି ।
ଉଲ୍ଲେଖ ଥାଉ କି, କିଛି ଦିନ ତଳେ ମଧ୍ୟ ଏଭଳି ଏକ ଘଟଣା ଘଟିଥିଲା । ଟିଟିଲାଗଡରୁ ବିନା ଇଞ୍ଜିନରେ ୧୩ କିଲୋମିଟର ଗଡିବା ସହ ପଛକୁ ଏକ କିଲୋମିଟର ଆସି କେସିଙ୍ଗା ଷ୍ଟେସନରେ ଅଟକିଥିଲା ପୁରୀ-ଅହମଦାବାଦ ଏକ୍ସପ୍ରେସ୍ । ଟିଟିଲାଗଡ଼ରୁ କେସିଙ୍ଗା ଦିଗରେ ଥିବା ଟ୍ରାକ ଗଡ଼ାଣିଆ ହୋଇଥିବା ଏବଂ ସଠିକ ଢଙ୍ଗରେ ସ୍କିଡ଼ ବ୍ରେକ ବ୍ୟବହାର କରାଯାଇନଥିବାରୁ ଟ୍ରେନଟି ଗଡ଼ିଯାଇଥିଲା। କୋଚରେ ପଥର ଏବଂ ଅନ୍ୟାନ୍ୟ ସାମଗ୍ରୀର ବ୍ୟବହାର କରି ଗାଡ଼ିକୁ ଅଟକାଯାଇଥିଲା । ତେବେ ଟିଟିଲାଗଡ଼ରୁ କେସିଙ୍ଗା ଆଡ଼କୁ ଯାଇଥିବା ସିଙ୍ଗଲ ଟ୍ରାକ ରେ ଏହି ସମୟରେ କୌଣସି ଟ୍ରେନ ଆସୁନଥିବାରୁ ଏକ ବଡ଼ ଧରଣର ଅଘଟଣକୁ ରୋକାଯାଇପାରିଥିଲା । ଏହି ଘଟଣାରେ ଟିଟିଲାଗଡ ଷ୍ଟେସନରେ କାର୍ଯ୍ୟରତ ଦୁଇ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ୭ ଜଣ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଥିଲା । ।