ବଲାଙ୍ଗୀରରେ କଲରାପତରିଆ ବାଘର ମୃତ୍ୟୁ । ବଡମାଳ ଗୋଳାବାରୁଦ କାରଖାନା ପରିସରରୁ ମିଳିଲା ମୃତଦେହ

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିବା ସନ୍ଦେହ

111

କନକ ବ୍ୟୁରୋ: ବଲାଙ୍ଗୀରରେ କଲରାପତରିଆ ବାଘର ମୃତ୍ୟୁ ।  ବଡମାଳ ଗୋଳାବାରୁଦ କାରଖାନା ପରିସରରୁ ବାଘର ମୃତ୍ୟୁଦେହ ମିଳିଛି । ବନବିଭାଗ ବାଘର ମୃତ୍ୟୁଦେହକୁ ଜବତ କରିଛି । ତେବେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବାଘଟିର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି ।

ସୂଚନାଯୋଗ୍ୟ ଯେ, ବେଶ୍ ହୃଷ୍ଟପୃଷ୍ଟ ଏକ କଲରାପତରିଆ ବାଘ ଗତ ୩୧ ତାରିଖ ଦିନ ବଡମାଳ ଗୋଳାବାରୁଦ କାରଖାନାକୁ ଲାଗି ଯାଇଥିବା ପିଚୁ ରାସ୍ତା କଡ଼େ କଡ଼େ ବେଶ୍ ଦାମ୍ଭିକ ଭାବେ ଯାଉଥିବାର ଭିଡ଼ିଓ ଭାଇରାଲ ହୋଇଥିଲା। ଗୋଳାବାରୁଦ କାରଖାନାରକୁ ଲାଗି ଘଞ୍ଚ ଜଙ୍ଗଲରୁ ଏହି କଲାରାପତରିଆ ବାଘ ବାହାରି ଚାଲି ଚାଲି କିଛି ବାଟ ରାସ୍ତା ଉପରେ ଯିବା ପରେ ପୁଣି ଜଙ୍ଗଲ ଭିତରକୁ ପଶିଯାଉଥିବା ଦେଖିବାକୁ ମିଳିଥିଲା। କାରଖାନା ନିକଟରେ ଘଞ୍ଚ ଜଙ୍ଗଲଥିବାରୁ ବାରମ୍ବାର ମୁଖ୍ୟ ରାସ୍ତା ଉପରକୁ ବାଘ ଚାଲିଆସୁଥିବା ଅଭିଯୋଗ ହେଉଛି। ସେହିପରି ଗତ ଡିସେମ୍ବର ମାସରେ ମଧ୍ୟ ଦୁଇଟି କଲରପଲରିଆ ବାଘ ମୁଖ୍ୟ ରାସ୍ତା ଉପରେ ଦେଖିବାକୁ ମିଳିଥିଲା ।

ରାସ୍ତାରେ ଯାଉଥିବା ଲୋକେ ଏହାକୁ ମୋବାଇଲରେ ଭିଡ଼ିଓ ରେକର୍ଡିଂ କରିଥିଲେ। ଗୋଲାବାରୁଦ କାରଖାନା ନିକଟରେ ବାରମ୍ବାର କଲରାପତରିଆ ବାଘ ଦେଖା ଦେବା ପରେ ଏକ ବାଘର ମୃତଦେହ ମିଳିବା ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଉଦ୍‌ବେଗ ପ୍ରକାଶ ପାଇଛି।