ଗ୍ରାହକଙ୍କ ପକେଟ ମୁତାବକ ମିଳିବ ଏଲପିଜି ଗ୍ୟାସ୍ ! ମୋଦି ସରକାର ଆଣୁଛନ୍ତି ନୂଆ ବିକଳ୍ପ

205

ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଦେଶର ଅଧିକାଂଶ ଗରିବଙ୍କ ଘରକୁ ଏଲପିଜି କନେକ୍ସସନ୍ ଦିଆଯାଇଛି । ତଥାପି ଗରିବଙ୍କ ପାଇଁ ଏକ ଏଲପିଜି ସିଲିଣ୍ଡର ପାଇଁ ୮୦୦-୯୦୦ ଟଙ୍କା ଦେବା ମଧ୍ୟ ବଡ଼ ସମସ୍ୟା ହୋଇଯାଉଛି । ଏହି ସମସ୍ୟାର ସମାଧାନ ପାଇଁ ସରକାର ବିଭିନ୍ନ ଏଜେନ୍ସି ସହ ଆଲୋଚନା କରିଛନ୍ତି । ନିକଟରେ ଟାଟା ଇନୋଭେସନ୍ ଏବ ବିକଳ୍ପ ସରକାରଙ୍କ ସାମ୍ନାରେ ଉପସ୍ଥାପନ କରିଛି । ଯାହା ଆଗାମୀ ସମୟରେ ଏଲପିଜି ବ୍ୟବସାୟରେ କ୍ରାନ୍ତି ଆଣିବ ବୋଲି ଚର୍ଚ୍ଚା ହେଉଛି । ଟାଟା ଇନୋଭେସନର ପରାମର୍ଶ ଅନୁସାରେ ଗ୍ରାହକଙ୍କ ପାଖରେ ଥିବା ଟଙ୍କା ଥିବା ମୁତାବକ ଗ୍ରାହକଙ୍କୁ ଏଲପିଜି ଯୋଗାଇ ଦିଆଯିବ ।

ଏବେ ଗ୍ରାହକଙ୍କୁ ୧୪.୨ କିମ୍ବା ୫ କିଲୋ ସିଲିଣ୍ଡର ହିଁ ଗ୍ରାହକଙ୍କୁ ବାଧ୍ୟତାମୂଳକ ନେବାପାଇଁ ପଡ଼ୁଛି । କିନ୍ତୁ ଆଗାମୀ ସମୟରେ ଗ୍ରାହକ ଯେତିକି ଚାହିଁବେ ସେହି ଅନୁସାରେ ଗ୍ୟାସିଣ୍ଡ ମିଳିବ । ଉଦାହରଣ ସ୍ୱରୂପ ଗ୍ରାହକ ୩ କିଲୋ ଚାହିଁଲେ ତିନି କିଲୋ କିମ୍ବା ୭ କିଲୋ ଚାହିଁଲେ ସାତ କିଲୋ ଏଲପିଜି ସିଲିଣ୍ଡର ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ୍ । ସେ କହିଛନ୍ତି ଟାଟା ଇନୋଭେସନର ପ୍ରୋତ୍ସାହନରେ ଭୁବନେଶ୍ୱର ଆଇଆଇଟିରେ ଅଧ୍ୟୟନରତ ଜଣେ ଛାତ୍ର ଏପରି ଜ୍ଞାନକୌଶଳର ବିକଶିତ କରିଛନ୍ତି, ଯଦ୍ୱାରା ଯେତେ ଚାହିିଁବ ସେତିକି ଗ୍ୟାସଯୁକ୍ତ ସିଲିଣ୍ଡର ଦେବା ସମ୍ଭବ ହେବ ।

ତେବେ ଏହି ଜ୍ଞାନକୌଶଳକୁ ବ୍ୟବହାର କରିବେ କି ନାହିଁ, ତାହା ତୈଳ କମ୍ପାନୀ ଗୁଡ଼ିକ ଉପରେ ନିର୍ଭର କରୁଛି । ତେବେ ଗ୍ରାହକଙ୍କ ପାଖରେ ଥିବା ସିଲିଣ୍ଡରରେ ହିଁ ଗ୍ୟାସ ଭରିବାର ବ୍ୟବସ୍ଥା କରାଯିବ ନା ଅନ୍ୟ କୌଣସି ନୂଆ ବ୍ୟବସ୍ଥା କରାଯିବ ସେନେଇ ଧର୍ମେନ୍ଦ୍ର ପ୍ରଧାନ କିଛି ସ୍ପଷ୍ଟ କରିନାହାନ୍ତି । ଆଗାମୀ ସୟରେ ଉଜ୍ଜଳା ଯୋଜନା ଅନୁସାରେ ଦିଆଯାଉଥିବା ସିଲିଣ୍ଡରରେ ବାୟୋମାସ୍ ବ୍ୟବହାର କରିଯାଇପାରେ ବୋଲି ମଧ୍ୟ ସଙ୍କେତ ଦେଇଛନ୍ତି । ତେବେ ଏପରି ବ୍ୟବସ୍ଥା ଲାଗୁ ହୋଇଗଲେ ଲୋକଙ୍କ ପାଇଁ ଅନେକ ସୁବିଧା ହେବ । କାରଣ ଗ୍ରାହକ ଶସ୍ତାରେ ଗ୍ୟାସ କିଣିବା ସହ ତୈଳ କମ୍ପାନୀ ଗୁଡ଼ିକର ଖର୍ଚ୍ଚ ମଧ୍ୟ କମିବ ।