ଲେଜର ଲାଇଟରେ ପୁରୁଣା କଥା, ପୁରାଣର କଥା ! ରଙ୍ଗୀନ ଆଲୁଅରେ ଝଲସିଲା ନରେନ୍ଦ୍ର ପୋଖରୀ

72

IMG-20160705-WA0006ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଝଲସିଲା ପୁରୀ ନରେନ୍ଦ୍ର ପୁଷ୍କରିଣୀ । ରଙ୍ଗୀନ ଆଲୁଅରେ ଚମକିଲା ପୋଖରୀର ପବିତ୍ର ପାଣି । ନରେନ୍ଦ୍ର ପୁଷ୍କରିଣୀ ପରିସରରେ ଆରମ୍ଭ ହୋଇଛି ରଂଗାରଂଗ ଲେଜର ଶୋ । ପ୍ରଥମ ଥର ପାଇଁ ଭଳିକି ଭଳି ରଙ୍ଗୀନ ଲାଇଟ ସାଙ୍ଗକୁ ମ୍ୟୁଜିକାଲ୍ IMG-20160705-WA0002ଫାଉଂଟେନର ମଜା ଉଠାଇଛନ୍ତି ଲକ୍ଷାଧିକ ଦର୍ଶକ । ପୁରୀ ନରେନ୍ଦ୍ର ପୋଖରୀକୁ ପଙ୍କୋଧାର ସହ ପ୍ରଦୂଷଣ ମୁକ୍ତ କରିବାକୁ ୨୦୧୨ରେ ଆରମ୍ଭ ହୋଇଥିଲା କାମ । ପୁଷ୍କରିଣୀ ପରିସରକୁ ଆହୁରି ଅଧିକ ଆକର୍ଷଣୀୟ କରିବାକୁ ମ୍ୟୁଜିକାଲ୍ ଫାଉଂଟେନ୍ ଓ ଲେଜର ସୋ ପାଇଁ ଯୋଜନା ହୋଇଥିଲା । ଏଥିପାଇଁ ୭ କୋଟି ୭୦ ଲକ୍ଷରୁ ଅଧିକ ଟଂକା ଖର୍ଚ୍ଚ ହୋଇଛି । ତେବେ ଆଜିର ଏହି ଲେଜର ଶୋ ପରୀକ୍ଷା ମୂଳକ ଭାବରେ କରାଯାଇଥିଲା । କିଛି ଦିନ ପରେ ଏହା ନିୟମିତ ଭାବରେ ଚାଲିବ । ଆଉ ଏହା ପରେ ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିରର ବିନ୍ଦୁ ସାଗରରେ ମଧ୍ୟ ଏହି ପରି ଲେଜର ଶୋ ହେବାର ଯୋଜନା ରହିଛି  ।