ବଦଳିଲା ସ୍ମୃତି ଇରାନୀଙ୍କ ବିଭାଗ : ମାନବ ସମ୍ବଳ ବିକାଶ ମନ୍ତ୍ରୀରୁ ହେଲେ ବୟନ ଶିଳ୍ପ ମନ୍ତ୍ରୀ

26

କନକ ବ୍ୟୁରୋ : କେନ୍ଦ୍ର ମନ୍ତ୍ରୀମଣ୍ଡଳ ବିଭାଗରେ ବଡ ଧରଣର ଅଦଳ ବଦଳ ହୋଇଛି । ବଦଳିଲା ସ୍ମୃତି ଇରାନୀଙ୍କ ବିଭାଗ । ମାନବ ସମ୍ବଳ ବିକାଶ ମନ୍ତ୍ରୀରୁ ହେଲେ ବୟନ ଶିଳ୍ପ ମନ୍ତ୍ରୀ ହେଲେ ସ୍ମୃତି ଇରାନୀ । ପ୍ରକାଶ ଜାଭେଦକର ହେଲେ ମାନବ ସମ୍ବଳ ବିକାଶ ମନ୍ତ୍ରୀ । ଭେଙ୍କିୟା ନାୟିଡୁଙ୍କୁ ସୂଚନା ଓ ପ୍ରସାରଣ ବିଭାଗ ମିଳିଥିବା ବେଳେ ଅନନ୍ତ କୁମାର ହୋଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ । ଏହା ସହ ରବିଶଙ୍କର ପ୍ରସାଦଙ୍କୁ ମିଳିଛି ଆଇନ୍ ମନ୍ତ୍ରାଳୟ ଦାୟିତ୍ୱ ।