ମାଲକାନଗିରି ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ! ସୁକମା ଧର୍ମପେଂଟାରେ କଲଭର୍ଟ ଉଡାଇଲେ ମାଓବାଦୀ

34

କନକ ବ୍ୟୁରୋ : ମାଲକାନଗିରି ସୀମାରେ ପୁଣି ମାତିଲେ ଲାଲବାହିନୀ । ଲ୍ୟାଣ୍ଡମାଇନ ବିସ୍ଫୋରଣରେ କଲଭର୍ଟ । ସୁକମା ଧର୍ମପେଂଟାରେ କଲଭର୍ଟ ଉଡାଇ ଦେଇଛନ୍ତି ମାଓବାଦୀ । ବିସ୍ଫୋରଣ ପରେ ଯବାନଙ୍କ ଉପରକୁ ଗୁଳିମାଡ ମଧ୍ୟ କରିଥିବା ସୂଚନା ମିଳିଛି । କିନ୍ତୁ ଏହି ବିସ୍ଫୋରଣରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି ।

ସେପଟେ ମାଲକାନଗିରିରେ ଗତକାଲି ଗିରଫ ହୋଇଥିବା ଜଣେ ମାଓବାଦୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଏହି ଘଟଣା ଘଟିଛି । ଆତ୍ମହତ୍ୟା କରିଥିବା ମାଓବାଦୀ ହେଲେ ଚନ୍ଦ୍ରାଗୁଡା ଗାଁର ସମା କଓାସି୍ୱ । କୋର୍ଟଚାଲାଣ ପୂର୍ବରୁ ପାଇଖାନାରେ ବେକରେ ଗାମୁଛା ଦେଇ ସେ ଆତ୍ମହତ୍ୟା କରିଛନ୍ତି । ଗତକାଲି ମାଲକାନଗିରିରେ ଗିରଫ ହୋଇଥିଲେ ୧୨ ମାଓବାଦୀ । ଗିରଫଙ୍କ ମଧ୍ୟରେ ଥିଲେ ସମା କୱାସି । ତେବେ ସେ କାହିଁକି ଓ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇନାହିଁ । ଚନ୍ଦ୍ରାଗୁଡା ଓ ନାକାମାମୁଡି ହତ୍ୟାକାଣ୍ଡରେ ଗିରଫ ମାଓବାଦୀଙ୍କ ସଂପୃକ୍ତି ରହିଥିବା ପୋଲିସ କହିଥିଲା । ସମସ୍ତ ମାଓବାଦୀ କ୍ୟାଡର ମିଲିସିଆ ଭାବେ ସକ୍ରିୟ ଥିଲେ । ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିଲା ।