କୁଶଙ୍କୁ ଝୁରୁଛି ଓଲିଉଡ୍ : ପରପାରିରେ ଓଡିଆ ଫିଲ୍ମ ଜଗତର ଚର୍ଚ୍ଚିତ ପ୍ରଯୋଜକ କୁଶ ପଟ୍ଟନାୟକ

34

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଓଡିଆ ଫିଲ୍ମ ପ୍ରଯୋଜକ ସଂଘର ସଭାପତି କୁଶ ପଟ୍ଟନାୟକଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ଓଲିଉଡ଼ କଳାକାରଙ୍କର ଭିଡ଼ ଦେଖିବାକୁ ମିଳିଛି । ଓଲିଉଡ୍ ଅଭିନେତା ଅନୁଭବ ମହାନ୍ତି, କୁନା ତ୍ରିପାଠୀଙ୍କ ସମେତ ବହୁ କଳାକାର, ନିର୍ଦ୍ଦେଶକ ଏବଂ ପ୍ରଯୋଜକ କୁଶ ପଟ୍ଟାନୟକଙ୍କ ଶେଷ ଦର୍ଶନ କରିଛନ୍ତି । ଆଜି ଅପରାହ୍ନରେ ତାଙ୍କ ମର ଶରୀରକୁ ତାଙ୍କ ଜନ୍ମସ୍ଥଳୀ ଆନନ୍ଦପୁର ନିଆଯାଇଛି ଏବଂ ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ଗୁରୁବାର ସଂନ୍ଧ୍ୟାରେ ସେ ରାମମନ୍ଦିର ଛକ ସମ୍ମୁଖରେ ରାସ୍ତା ପାର ହେଉଥିବା ବେଳେ ଏକ ଅଜଣା ବାଇକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ତଳେ ପଡିଯାଇ ଆହତ ହୋଇଥିଲେ । ପରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।