ବହୁଚର୍ଚ୍ଚିତ କୁନ୍ଦୁଲି ମାମଲାରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ରିପୋର୍ଟ ଦେଲା କେନ୍ଦ୍ରୀୟ ଟିମ୍ : ରିପୋର୍ଟରେ ପୁଲିସ ଓ ପ୍ରଶାସନକୁ ଦାୟୀ କଲା ଟିମ୍

35

କନକ ବ୍ୟୁରୋ : ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ମାମଲାର ଆସିଲା ରିପୋର୍ଟ । ବିଜେପିର ତିନି ଜଣିଆ ଟିମ୍ ମଧ୍ୟ ତଦନ୍ତ ସାରି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ରିପୋର୍ଟ ଦାଖଲ କରିଛନ୍ତି । ଗତ ୫ରୁ ୯ ତାରିଖ ଯାଏ ଡ଼ିଏସପି ରବି ସିଂଙ୍କ ନେତୃତରେ ଜାତୀୟ ମାନବାଧିକାର କମିସନଙ୍କ ତଦନ୍ତ କରିଥିଲେ ହେଁ ଏପର୍ଯ୍ୟନ୍ତ ରିପୋର୍ଟ ଦାଖଲ କରିନାହାନ୍ତି । ଦୁଇ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବା ସୂଚନା ରହିଛି । ଗତ ୧୧ ତାରିଖରେ ତଦନ୍ତ ପାଇଁ ଓଡ଼ିଶା ଆସିଥିବା ଜାତୀୟ ଅନୁସୂଚିତ ଜାତି କମିଶନ ସଦସ୍ୟ ଯୋଗେନ୍ଦ୍ର ପାଶୱାନ ତାଙ୍କ ରିପୋର୍ଟ କମିସନ ଅଧ୍ୟକ୍ଷଙ୍କ ପାଖରେ ଦାଖଲ କରିଛନ୍ତି । ଅନୁସୂଚିତ ଜାତି କମିସନ ସଦସ୍ୟ ପାଶୱାନଙ୍କ ରିପୋର୍ଟ ଭିତିରେ କମିସନ ଅଧ୍ୟକ୍ଷ ଖୁବଶ୍ରୀଘ୍ର ରାଜ୍ୟ ସରକାରଙ୍କ ପଦକ୍ଷେପ ସଂର୍ପକରେ ରିପୋର୍ଟ ମାଗିବେ ।

ପୀଡ଼ିତା ବାରମ୍ବାର ପୋଲିସ ପ୍ରଶାସନକୁ ଦାୟୀ କରିଥିଲେ ମଧ୍ୟ ରାଜ୍ୟ ସରକାର ଏହାକୁ ଅଣଦେଖା କରିଛନ୍ତି । ଏହାସହ ମାମଲାର ତଦନ୍ତ ସିବିଆଇ ହାତକୁ ହସ୍ତାନ୍ତର କରାଯିବାର ଦାବି ମଧ୍ୟ କରିଛନ୍ତି ପାଶୱାନ । ସେହିପରି ବିଜେପିର ରାଷ୍ଟ୍ରୀୟ ସାଧାରଣ ସଂପାଦିକା ସରୋଜ ପାଣ୍ଡେ, ସାଂସଦ ଜ୍ୟୋତି ଧ୍ରୁବେ ଓ ସାଂସଦ ଅଞ୍ଜୁବାଳା ପ୍ରମୁଖ ପୀଡ଼ିତାଙ୍କ ପରିବାରକୁ ସାକ୍ଷାତ କରି ଘଟଣାର ସରଜମିନ ତଦନ୍ତ କରିଥିଲେ । ରିପୋର୍ଟରେ ମଧ୍ୟ ରାଜ୍ୟ ସରକାରଙ୍କୁ ଦାୟୀ କରିବା ସହ ପୋଲି ପ୍ରଶାସନକୁ ଅଣଦେଖାକୁ ତ୍ରୀବ ନିନ୍ଦା କରିଥିଲ ।