ତେଜିଲା କୋଣାର୍କ ମନ୍ଦିର ପ୍ରବେଶ ଶୁଳ୍କ ବୃଦ୍ଧି ପ୍ରତିବାଦ: ଟିକେଟ କାଉଂଟର ଆଗରେ ବିକ୍ଷୋଭ

34

କୋଣାର୍କ:  ପୁଣି ତେଜିଛି କୋଣାର୍କ ମନ୍ଦିର ପ୍ରବେଶ ଶୁଳ୍କ ବୃଦ୍ଧି ପ୍ରତିବାଦ । ମନ୍ଦିର ଗେଟ୍ ରେ  ତାଲା ପକାଇଛନ୍ତି କୋଣାର୍କ ସୁରକ୍ଷା ସମିତି । ବର୍ଦ୍ଧିତ ଶୁଳ୍କ ପ୍ରତ୍ୟାହାର ଦାବିରେ ଟିକେଟ କାଉଂଟର ଆଗରେ ବିକ୍ଷୋଭ କରିଛନ୍ତି ସୁରକ୍ଷା ସମିତି କର୍ମକର୍ତା । ପୂର୍ବରୁ ମଧ୍ୟ ପ୍ରବେଶ ଶୁଳ୍କ ବୃଦ୍ଧିକୁ ବିରୋଧ କରାଯାଇଥିଲା । ହାଇକୋର୍ଟ ଏ ନେଇ ରହିତାଦେଶ ଜାରି କରିଥିଲେ । ରହିତାଦେଶ ଅବଧି ଶେଷ ହେବା ପରେ ପୁଣି ଥରେ ବର୍ଦ୍ଧିତ ଶୁଳ୍କ ଆଦାୟ କରିବା ପାଇଁ କର୍ତୃପକ୍ଷ ନିଷ୍ପତି ନେଇଥିଲେ । ତେବେ ଏହାକୁ ପ୍ରବଳ ବିରୋଧ କରାଯାଇଛି ।