ଭାଙ୍ଗିଲା କେନାଲ ବୁଡିଲା ଧାନ ବିଲ : କେନ୍ଦୁଝର ବୈତରଣୀ ପାର୍ଶ୍ୱ କେନାଲରେ ଘାଇ ଯୋଗୁଁ ପାଣି ଘେରରେ ଆନନ୍ଦପୁରର ଶହ ଶହ ହେକ୍ଟର ଧାନ ଜମି

37

କନକ ବ୍ୟୁରୋ : ଲଘୁଚାପ ବର୍ଷା ଓ ମୌସୁମି ବର୍ଷା ଚାଷୀଙ୍କ ପାଇଁ ଖୁସି ଆଣିଥିବା ବେଳେ ଚିନ୍ତା ବଢାଇଲା ବୈତରଣୀ ନଦୀରେ ନିର୍ମାଣ କରାଯାଉଥିବା କେନାଲ । ନିର୍ମାଣାଧୀନ କେନାଲରେ ଘାଇ ଯୋଗୁଁ ଆନନ୍ଦପୁର ବ୍ଲକର ୨ଟି ପଚାୟତର ଶହଶହ ଚାଷ ଜମି ଜଳମଗ୍ନ ହୋଇଛି । ମାଛ ପୋଖରୀରେ ବି ବୈତରଣୀ ପାଣି ପଶିଯିବାରୁ ମାଛ ସବୁ ପଳାଇଥିବା ଚାଷୀ ଅଭିଯୋଗ କରିଛନ୍ତି ।

ଧାନ ବିଲରେ ପାଣିର ସୁଅ । କେନ୍ଦୁଝର ଆନନ୍ଦପୁର ବ୍ଲକର ୫ଟି ଗାଁର ଧାନ ଜମି ବୈତରଣୀ ପାଣିରେ ବୁଡି ରହିଛି । ବୈତରଣୀ ବାମ ପାଶ୍ୱର୍ କେନାଲରେ ୪ଟି ଘାଇ ହେବାରୁ ପ୍ରାୟ ଶହେ ଏକରରୁ ଅଧିକ ଚାଷ ଜମିରେ ପାଣି ମାଡିଯାଇଛି । କେବଳ ଧାନ ବିଲ ନୁହେଁ ମାଛ ଚାଷୀଙ୍କ ପୋଖରୀ ବି ବୁଡିଯାଇଛି । ମାଛ ଚାଷୀ ହଲଧର ଦାଶଂକ ୩ଟି ପୋଖରୀରେ ବୁଡି ଯିବାରୁ ଲକ୍ଷାଧିକ ଟଙ୍କର ମାଛ ପୋଖରିରୁ ଉଠିଯାଇଛନ୍ତି ।

 

ଆନନ୍ଦପୁରରେ ମନୁଷ୍ୟକୃତ ବିପର୍ଯ୍ୟୟ ପାଇଁ ଠିକା ସଂସ୍ଥା ଓ ବ୍ୟାରେଜ ପ୍ରକଳ୍ପ ଅଧିକାରୀଙ୍କର ମନମୁଖୀ କାମ ଯୋଗୁ କେନଲାରେ ଘାଇ ହୋଇଥିବା କହିଛନ୍ତି ଚାଷୀ । ଘାଇ ଯୋଗୁ ଚାଷ ନଷ୍ଟ ଘଟଣାକୁ ସ୍ୱୀକାର କରିଛନ୍ତି ବ୍ୟାରେଜ ନିର୍ବାହୀ ଅଧିକାରୀ । ଖୁବଶୀଘ୍ର ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି କହୁଥିବା ବେଳେ କ୍ଷତିପୁôରଣକୁ ଏଡାଇ ଯାଇଛନ୍ତି । ଆନନ୍ଦପୁର ବୈତରଣି ନଦୀରେ ବ୍ୟାରେଜ କରାଯାଇ କେନାଲ ମାଧ୍ୟମରେ ଭଦ୍ରକ, ବାଲେଶ୍ୱର ଜିଲ୍ଲାକୁ ପାଣି ନେବା ପାଇଁ ବାମପାଶ୍ୱର୍ କେନାଲ ନିର୍ମାଣ କରାଚାଲିଛି ।