ପଂଚାୟତ ନିର୍ବାଚନରେ ବିଜେଡି ବିଧାୟକଙ୍କ ଚଂଚକତା ମାମଲା! ଫଳାଫଳ ଘୋଷଣା ପରେ ପତ୍ନୀ ଇସ୍ତଫା ଦେବେ କହିଲେ କିଶୋର ତରାଇ

20

କନକ ବ୍ୟୁରୋ : ପଂଚାୟତ ନିର୍ବାଚନରେ ବିଜେଡି ବିଧାୟକଙ୍କ ଚଂଚକତା ମାମଲାରେ ଚାପ ବଢିବା ପରେ କିଶୋର ତରାଇ ପ୍ରତିକ୍ରିୟା ରଖିଛନ୍ତି । ପଂଚାୟତ ନିର୍ବାଚନ ଫଳାଫଳ ଘୋଷଣା ପରେ ପତ୍ନୀ ବବିତା ତରାଇ ଇସ୍ତଫା ଦେବେ ବୋଲି ବିଧାୟକ କହିଛନ୍ତି । ନୈତିକତା ଦୃଷ୍ଟିରୁ ବବିତା ତରାଇ ପଦରୁ ଇସ୍ତଫା ଦେବେ । ଦଳ ତରଫରୁ କୌଣସି ଚାପ ନାହିଁ । ବିଡିଓ ଯଦି ଦୋଷୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ବିଧାୟକ କିଶୋର ତରାଇ କହିଛନ୍ତି । ବିଧାୟକ ଚଂଚକତା କରି ବିପକ୍ଷ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାହାର କରି ନିଜ ସ୍ତ୍ରୀକୁ ସମିତି ସଭ୍ୟା କରାଇଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବିଧାୟକ ଓ ବିଡିଓଙ୍କ ଗିରଫ ଦାବି ଜୋର ଧରିଛି ।