କୁକୁଡା କାଉଂଟର ଉପରକୁ ବୋମା ମାଡ : ଯୁବକ ଆହତ

29

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଲକ୍ ଛକ ନିକଟରେ ବୋମାମାଡ଼ । ଲକ୍ ଛକ ନିକଟ ଏକ କୁକୁଡା କାଉଂଟର ଉପରକୁ ଆଜି ସକାଳେ ବୋମା ମାଡ ହୋଇଥିଲା । ଦୃର୍ବୁତମାନେ ଲଗାତର ୩ଟି ବୋମା ମାଡକରି ଫେରାର ହୋଇଯାଇଥିଲେ । ତେବେ ଏହି ବୋମାମାଡ଼ରେ କୁକୁଡା କାଉଂଟରରେ କାମ କରୁଥିବା ଯୁବକ ବଲ୍ଲଭ ଜେନା ଆହତ ହୋଇଛନ୍ତି ।

ତାଙ୍କର ଦୁଇଗୋଡ଼ରେ ଆଘାତ ଲାଗିଥିବା ବେଳେ ତାଙ୍କୁ ମାର୍ଶାଘାଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି । ତେବେ ବୋମାମାଡ ନେଇ କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣା ସ୍ଥଳରେ ମର୍ଶାଘାଇ ପୋଲିସ ପଂହଚି ତଦନ୍ତ ଆରମ୍ଭ କରିଛି ।