କନକ ବ୍ୟୁରୋ : ୫୦୦ ଓ ୧୦୦୦ ଟଙ୍କିଆ ନୋଟ ଅଚଳ ହେବା ପରେ, ଚାଲିଛି କଳାଧନକୁ ଧଳା କରିବାର ପ୍ରୟାସ । ଏଥିପାଇଁ କଳାଧନକୁ ଗଛିତ କରି ରଖିଥିବା ବ୍ୟକ୍ତି ବିଶେଷ ମାନେ ବିଶେଷ କରି ସୁନା ଜରିଆରେ ଏହାକୁ ଧଳା କରିବା ପାଇଁ ପ୍ରୟାସ କରୁଥିବା ଅଭିଯୋଗ ହୋଇଛି । ରାଜଧାନୀରେ ଥିବା କିଛି ପ୍ରତିଷ୍ଠିତ ସୁନା ଦୋକାନ ଗୁଡିକରେ କଳାଧନ ବଦଳରେ ସୁନା କାରବାର ଅଭିଯୋଗ ପରେ, ବିଭିନ୍ନ ସୁନା ଦୋକାନ ଗୁଡିକରେ, ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ବିଶେଷ କରି ରାଜଧାନୀରେ ଥିବା କିଛି ଛୋଟ ମୋଟ ସୁନା ଦୋକାନକୁ ବାଦ ଦେଲେ, ଆୟକର ଫାଙ୍କିବା ସହ ଦଲାଲ ମାନଙ୍କ କଳା ଟଙ୍କାକୁ ଧଳା କରିବା ଅଭିଯୋଗରେ ରେଡ୍ ଜାରି ରହିଛି । ମାଷ୍ଟରକ୍ୟାଂଟିନ ଛକରେ ଥିବା ଏକ ପ୍ରତିଷ୍ଠିତ ଜୁଏଲରୀ ଦୋକାନରେ ଗତ କାଲି ଦିନ ୪ଟା ଠାରୁ ବର୍ତମାନ ଶୁଦ୍ଧା ରେଡ୍ ଜାରି ରହିଛି । ଏଥିରେ ସ୍ଥାନୀୟ ପୁଲିସ ବି ସାମିଲ ଥିବା ଜଣା ପଡିଛି ।