ମହାନଦୀକୁ ନେଇ ମୁହାଁମୁହିଁ ମନ୍ତ୍ରୀ ଜୁଏଲ ଓରାମ୍ ଓ ସାଂସଦ ସିଦ୍ଧାନ୍ତ ମହାପାତ୍ର

116

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମନ୍ତ୍ରୀ ଜୁଏଲ୍ ଓରାମ୍ ବନାମ ଅଭିନେତା ତଥା ସାଂସଦ ସିଦ୍ଧାନ୍ତ ମହାପାତ୍ର । ମହାନଦୀକୁ ନେଇ ମନ୍ତ୍ରୀ ବନାମ ମୁନ୍ନାଭାଇ । ଜୁଏଲ କହିଛନ୍ତି, ଗତବର୍ଷ ମେ ମାସରେ ସାଂସଦ ସିଦ୍ଧାନ୍ତ ମହାପାତ୍ର ଓ ଅନ୍ୟ ବିଜେଡି ସାଂସଦଙ୍କ ହସ୍ତାକ୍ଷରରେ ଏକ ଚିଠି ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିଲା । ଯେଉଁଥିରେ ମହାନଦୀର ବହୁ ପରିମାଣର ବଳକା ପାଣି ସମୁଦ୍ରରେ ପଡୁଥିବା ନେଇ ଉଲ୍ଲେଖ ରହିଥିଲା । ମନ୍ତ୍ରୀ ପ୍ରଶ୍ନ କରିଛନ୍ତି, ଯଦି ସେତେବେଳେ ବିଜେଡି ମହାନଦୀର ବଳକା ପାଣି କଥା ଉଠାଉଥିଲା ଏବେ କେମିତି ମହାନଦୀ ଶୁଖିଯିବ ବୋଲି ଯୁକ୍ତି ବାଢୁଛି । ସେପଟେ ଏହି ଅଭିଯୋଗ ନେଇ ସଫେଇ ରଖିଛନ୍ତି ସାଂସଦ ସିଦ୍ଧାନ୍ତ ମହାପାତ୍ର । ତେବେ ଶୁଣନ୍ତୁ କଣ କହିଛନ୍ତି ସାଂସଦ ।