ସାମ୍ବାଦିକରୁ ରାଜନେତା । କଂଗ୍ରେସ ହାତ ଧରିଲେ ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ

34

କନକ ବ୍ୟୁରୋ: କଂଗ୍ରେସର ହାତ ଧରିଲେ ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ । ସମ୍ବାଦିକରୁ ରାଜନେତା ବନିଲେ ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ । ଭୁବନେଶ୍ୱର କଂଗ୍ରେସ ଭବନରେ ଆୟୋଜିତ ମିଶ୍ରର୍ଣ ପର୍ବରେ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗଦେଇଛନ୍ତି ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ । ତେବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ତତ୍ୱାବଧାନରେ ଚାଲୁଥିବା ପ୍ରଦେଶ କଂଗ୍ରେସରେ ସତ୍ୟ ପ୍ରକାଶଙ୍କୁ କେଉଁ ପଦବୀ ଦିଆଯିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । କିନ୍ତୁ ସତ୍ୟପ୍ରକାଶଙ୍କୁ ରାଜ୍ୟ କଂଗ୍ରେସର ମୁଖପାତ୍ର ଦାୟିତ୍ୱ ସହ ତାଙ୍କ ନିଜ ଜିଲ୍ଲା ଭଦ୍ରକ ଭଣ୍ଡାରୀ ପୋଖରୀ ବିଧାନସଭା ନିର୍ବାଚନମଣ୍ଡଳୀରୁ ଟିକେଟ ପ୍ରଦାନ କରିବ କଂଗ୍ରେସ ବୋଲି ପ୍ରତିଶ୍ରୁତି ମିଳିଥିବା ସୂଚନା ମିଳିଛି ।

ସାମ୍ବାଦିକତା କ୍ଷେତ୍ରରୁ ରାଜନୀତିରେ ପ୍ରବେଶ କରିଥିବା ସତ୍ୟପ୍ରକାଶ ନାୟକ ଓଡିଶାର ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟକରି ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରସ୍ତୁତ କରିପାରିଛନ୍ତି । ଅନ୍ୟପଟେ କଂଗ୍ରେସ ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ସହ ଦିଲ୍ଲୀରେ ଆଲୋଚନା କରି ଫେରିବା ପରେ ସେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଅନ୍ୟ ବରିଷ୍ଠ କଂଗ୍ରେସ ନେତାଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗଦେଇଛନ୍ତି । ନିଜର ସମର୍ଥକଙ୍କ ସହ କଂଗ୍ରେସ ଭବନକୁ ଯାଇ କଂଗ୍ରେସର ରାଜ୍ୟ ସାଂଗଠନିକକୁ ଦୃଢ଼ କରିବା ପାଇଁ ସତ୍ୟପ୍ରକାଶଙ୍କ ସଙ୍କଳ୍ପ ।