ଝଲସିଲା ଲାଲ୍ କିଲ୍ଲା । ସ୍ୱାଧୀନତା ଦିବସକୁ ସ୍ମରଣୀୟ କରିବା ପାଇଁ ଦେଶର ଐତିହ୍ୟ କିଲ୍ଲାରେ ଲାଗିଲା ୨୫୦୦ ଲ୍ୟାମ୍ପ

46

ସ୍ୱତନ୍ତ୍ରତା ଦିବସର ପ୍ରସ୍ତୁତି ସାରା ଦେଶରେ ଧୁମଧାମରେ ଚାଲିଛି । ଦେଶର ଐତିହ୍ୟ ସ୍ମାରକୀକୁ ସଜ୍ଜ୍ୱିତ କରି ଶୋଭନୀୟ କରିବାକୁ ଅଣ୍ଟା ଭିଡିଛନ୍ତି ସରକାର । ଯାହାକୁ ନେଇ ଲାଲ୍ କିଲ୍ଲାରେ ଲାଗିଛି ୨୫୦୦ରୁ ଅଧିକ ଲ୍ୟାମ୍ପ । ମୋଗଲ ସାମ୍ରାଜ୍ୟରେ ନିର୍ମିତ ଏହି ସ୍ମାରକୀ ଲାଲ୍ କିଲ୍ଲାର ଶୋଭା ବଢ଼ାଉଛି । ତେବେ ସ୍ୱାଧୀନତା ଦିବସ ଉପଲକ୍ଷେ ଗତ ଶୁକ୍ରବାର ଠାରୁ ଆଲୋକମାଳାରେ ସଜ୍ଜ୍ୱିତ ହୋଇଛି ଲାଲ୍ କିଲ୍ଲା । ଏହି ଆଲୋକମାଳାର ସୈାନ୍ଦର୍ଯ୍ୟତା ଶୁକ୍ରବାର ସନ୍ଧ୍ୟା ୭.୩୦ରୁ ୧୧ ଟା ପର୍ଯ୍ୟନ୍ତ ଦେଖିବାକୁ ମିଳିଛି । ଏହି ଅପୂର୍ବ ସ୍ମାରକୀ ଲାଲ୍ କିଲ୍ଲାକୁ ଲୋଭନୀୟ ଦୃଶ୍ୟକୁ ଉପଭୋଗ ଲୋକମାନେ କରୁଛନ୍ତି ।

ପ୍ରଥମ ଥର ପାଇଁ ଗୋଟିଏ ଐତିହାସିକ କୀର୍ତ୍ତି ର ସମ୍ମୁଖ କାନ୍ଥ ଓ ଦୁଇଟି ପ୍ରମୁଖ ପ୍ରବେଶ ପଥ- ଲାହୋରୀ ଗେଟ୍ ଓ ଦିଲ୍ଲୀ ଗେଟ୍ ଆଲୋକିତ ହୋଇଛି । ସଂସ୍କୃତି ରାଜ୍ୟ ମନ୍ତ୍ରୀ ମହେଶ ଶର୍ମାଙ୍କ ଉପସ୍ଥିତିରେ ଏହି ଆଲୋକମାଳା ଉତ୍ସବ ଆୟୋଜନ କରାଯାଇଥିଲା । ସପ୍ତଦଶ ଶତାବ୍ଦୀର ମୋଗଲ ଯୁଗ ସମୟର ସ୍ମାରକ ଗୁଡିିକର ସୂର୍ଯ୍ୟୋଦୟ ପରେ ସୈାନ୍ଦର୍ଯ୍ୟ ବଢ଼ାଇବା ପାଇଁ ଆଲୋକମାଳାରେ ସଜା ଯାଇଛି । ସଂସ୍କୃତି ରାଜ୍ୟ ମନ୍ତ୍ରୀ ମହେଶ ଶର୍ମା କହିଛନ୍ତି, “ଭବ୍ୟ ଐତିହାସିକ କୀର୍ତ୍ତି ଗୁଡିକୁ ଆକର୍ଷଣର କେନ୍ଦ୍ରବିନ୍ଦୁ କରିବା ପାଇଁ ସମସ୍ତ ୧୦୦ ଟି ଆଦର୍ଶ ସ୍ମାରକଗୁଡିକୁ ଆଲୋକିତ କରିବାର ପ୍ରସ୍ତାବ ଦିଆଯାଇଛି । କେବଳ ସ୍ଥାନୀୟ ଲୋକଙ୍କୁ ଐତିହ ପାଇଁ ଗର୍ବ ଅନୁଭୂ୍ତ କରାଇବା ନୁହେଁ ବରଂ ରାତ୍ରି ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଏହା ଏକ ବଡ଼ ପନ୍ଥା । ”

ସଂସ୍କୃତି ମନ୍ତ୍ରଣାଳୟର ସଚିବ ଅରୁଣ ଗୋଏଲ, ଡିଜି ଉଷା ଶର୍ମା, ଭାରତୀୟ ପ୍ରତ୍ନତାତ୍ୱିକ ବିଭାଗ, ଏନବିସିସିର ଇଡି ରମଣ ଅଗ୍ରୱାଲ ଏବଂ ସଂସ୍କୃତି ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ । ନ୍ୟାସନାଲ ବିଲ୍ଡିଙ୍ଗ କଂଷ୍ଟ୍ରକ୍ସନ କର୍ପୋରେସନ, ୧.୩ କିମି ଦୀର୍ଘ ସୁରକ୍ଷା ପ୍ରାଚୀରରେ ଅବସ୍ଥିତ ଆଲୋକମାଳାକୁ ବଦଳାଇବାର ଜିମା ନେଇଛି ଓ ପାଖାପାଖି ୨୫୦୦ ଆଲୋକମାଳାରେ ସଜାଇଛି । ୩ କୋଟି ବ୍ୟୟ ଅଟକଳରେ ସଜ୍ଜ୍ୱିତ ହୋଇଥିବା ଲ୍ୟାମ୍ପ କାର୍ଯ୍ୟ ପାଇଁ ୨ ମାସ ସମୟ ଲାଗିଥିଲା । ଏହାକୁ ଆଲୋକିତ କରିବାର ସମୟ ସୀମା ସନ୍ଧ୍ୟା ୭.୩୦ରୁ ୧୧ ଟା ପର୍ଯ୍ୟନ୍ତ ରହିଛି । ଏହାକୁ ଏଲଇଡି ବଲବ୍ ଦ୍ୱାରା ଆଲୋକିତ କରାଯାଇଛି । ଏହି ସ୍ଥାପତ୍ୟର ଭବ୍ୟ ବଢ଼ାଇବା ପାଇଁ ଏନବିସିସି ଭାରତୀୟ ପ୍ରତ୍ନତାତ୍ୱିକ ବିଭାଗ ସହିତ ଚୁକ୍ତି କରିଥିଲା ।