୧ ଏପ୍ରିଲ ଠାରୁ ଜିଓ ଗ୍ରାହକଙ୍କୁ ମିଳିବ ଜବରଦସ୍ତ ଲାଭ ! ଜାଣନ୍ତୁ କ’ଣ କ’ଣ ରହିଛି ଯୋଜନା

63

ରିଲାଏନ୍ସ ଜିଓର ମାଗଣା ସେବା ୩୧ ମାର୍ଚ୍ଚ ୨୦୧୭ରେ ଶେଷ ହେଉଛି । ଏହାପରେ ଜିଓର ସର୍ଭିସ ପାଇଁ ଗ୍ରାହକଙ୍କୁ ବାକି କମ୍ପାନୀର ଗ୍ରାହକଙ୍କ ପରି ଟଙ୍କା ଦେବାକୁ ପଡିବ କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଟଙ୍କା ଦେବା ପରେ ଜିଓର ଗ୍ରାହକଙ୍କୁ ବାକି କମ୍ପାନୀର ଗ୍ରାହକଙ୍କ ତୁଳନାରେ କ’ଣ ଲାଭ ମିଳିବ ।

୧.ନେଟୱର୍କ
ଜିଓର ନେଟୱର୍କ ଓ ସ୍ପିଡକୁ ନେଇ ଗ୍ରାହକ ସବୁବେଳେ ଅଭିଯୋଗ କରୁଛନ୍ତି । ତାଙ୍କର ଏହି ଅସୁବିଧା ୩୧ ମାର୍ଚ୍ଚ ପରେ କିଛିକାଂଶରେ କମ ହୋଇପାରେ କାରଣ ଜିଓର ସେବା ଅନଲିମିଟେଡ ଓ ମାଗଣା ଥିଲେ ମଧ୍ୟ ୧ ଅପ୍ରେଲ ଠାରୁ ୧ ଜିବି ଡାଟା ହି କେବଳ ଦିନକରେ ବ୍ୟବହାର କରିହେବ । ଏଥିଯୋଗୁଁ ମୋବାଇଲ ହଟସ୍ପଟର ସଂଖ୍ୟା ମଧ୍ୟ କମ ହୋଇଯିବ । ଏହାର ସିଧା ପ୍ରଭାବ ନେଟୱର୍କ ଉପରେ ପଡିବ ଏବଂ ଜିଓ ଗ୍ରାହକଙ୍କୁ ଅଧିକ ଭଲ ନେଟୱର୍କ ମିଳି ପାରିବ ।

୨.ଜିଓର ଯୋଜନା
ଜିଓର ଯୋଜନା ବିଷୟରେ ଆଲୋଚନା କଲେ ସର୍ବପ୍ରଥମେ ପ୍ରିପେଡ ଗ୍ରାହକମାନେ ଚାହିଁଲେ ୯୯ ଟଙ୍କାରେ ପ୍ରାଇମ ମେମ୍ବରସିପ ନେଇ ପାରିବେ । ଯଦି ଏହି ସେବା ଆପଣ ନେଉ ନାହାନ୍ତି ତେବେ ମଧ୍ୟ ଆପଣଙ୍କର କିଛି କ୍ଷତି ହେବ ନାହିଁ କିନ୍ତୁ ପ୍ରାଇମ ମେମ୍ବରକୁ ଯାହା ଲାଭ ମିଳିବ ଆପଣଙ୍କୁ ତା’ଠାରୁ କମ ହିଁ ଅଫର ମିଳିବ ।

ଯେମିତି ପ୍ରାଇମ ମେମ୍ବରକୁ ୩୦୩ ଟଙ୍କିଆ ପ୍ଲାନରେ ସବୁ ନେଟୱର୍କକୁ ଭଏସ କଲିଂ, ମାଗଣା ମେସେଜ,ଡାଟା ଅନଲିମିଟେଡ,୨୮ ଜିବି ଡାଟା ୪ ଜିି ନେଟୱର୍କ ମିଳିବ । ଯେଉଁଠି ନନପ୍ରାଇମ ମେମ୍ବରକୁ ସବୁ ନେଟୱର୍କକୁ ଭଏସ କଲିଂ , ଫ୍ରୀ ମେସେଜ ୨୮ ଦିନ ପାଇଁ କେବଳ ୨.୫ ଜିବି ଡାଟା ମିଳିବ ।

ଡାଟା ବ୍ୟବହାରର ସୀମା ପ୍ରତିଦିନ କେବଳ ୧ ଜିବି ହିଁ ରହିବ । ଏହା ବ୍ୟତୀତ ‘ବାଇ ଧ୍ୱାନ ଗେଟ ୱାନ’ ଯୋଜନା ଦ୍ୱାରା ୩୦୩ ର ରିଚାର୍ଜ ଉପରେ ଅଧିକ ୫ ଜିବି ଡାଟା ମାଗଣା ମିଳିବ । କିନ୍ତୁ ‘ବାଇ ଧ୍ୱାନ ଗେଟ ୱାନ’ ର ଅଫର କେବଳ ୩୧ ମାର୍ଚ୍ଚ ଯାଏଁ ରହିଛି ।

୩. ଅନ୍ୟ କମ୍ପାନୀର ଯୋଜନା
ଏୟାରଟେଲ-
ଜିଓକୁ ଟକ୍କର ଦେବାପାଇଁ ଅନ୍ୟ କମ୍ପାନୀ ମାନଙ୍କର ମଧ୍ୟ ଅନେକ ଯୋଜନା ରହିଛି, କିନ୍ତୁ ଏସବୁ ଯୋଜନା ଜିଓ ଠାରୁ ବିଲକୁଲ ଅଲଗା । ଯେପରି ଏୟାରଟେଲ ୩୪୫ ଟଙ୍କିଆ ଯୋଜନା ପ୍ରିପେଡ ଗ୍ରାହକଙ୍କ ପାଇଁ । ଏହି ଯୋଜନାରେ ଆପଣଙ୍କୁ ୨୮ ଦିନ ପାଇଁ ୨୮ ଜିବି ଡାଟା ମଳିବ ।

ଏହାସହ ବ୍ୟବହାରର ସୀମା ପ୍ରତିଦିନ ୧ ଜିବି ହିଁ ରହିବ କିନ୍ତୁ ଆପଣ ଦିନରେ ୫୦୦ ଏମବି ଓ ରାତିରେ ୫୦୦ ଏମବି ହିଁ ବ୍ୟବହାର କରିପାରିବେ । ଏହି ଯୋଜନାରେ ୧୨୦୦ ମିନିଟ କଲିଂ ପରେ ଟଙ୍କା ଦେବାକୁ ପଡିବ ।

ଭୋଡାଫୋନ-

ଭୋଡାଫୋନର ୩୪୬ ଟଙ୍କିଆ ଯୋଜନାରେ ଅନଲିମିଟେଡ ମାଗଣା କଲିଂ,୨୮ ଜିବି ଡାଟା ୨୮ ଦନ ପାଇଁ, ପ୍ରତିଦିନ ୧ ଜିବି ବ୍ୟବହାର କରିପାରିବେ । କିନ୍ତୁ ଏହି ଯୋଜନା ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ହିଁ ରହିବ ।

ବିଏସଏନଏଲ-

ବିଏସଏନଏଲର ୩୩୯ ଟଙ୍କିଆ ଯୋଜନାରେ ୨ ଜିବି ୩ଜି ଡାଟା ପ୍ରତିଦିନ ମିଳିବ । ଏହାର ବୈଧତା ୨୮ଦିନ ପାଇଁ ରହିବ । ବିଏସଏନଏଲ ନେଟସ୍ୱର୍କ ଉପରେ ଅନଲିମିଟେଡ କଲିଂ ଓ ଅନ୍ୟ ନେଟୱର୍କ ସହ ଅନଲିମିଟେଡ କଲିଂ ଓ ଅନ୍ୟ ନେଟୱର୍କ ପାଇଁ ପ୍ରତିଦିନ ୨୫ ମିନିଟ କଲିଂ ବ୍ୟବସ୍ଥା ରହିବ ।

ଆଇଡିଆ-

ଆଇଡିଆର ମଧ୍ୟ ୩୪୮ ଟଙ୍କାର ରିଚାର୍ଜ କରିବା ଦ୍ୱାରା ଅନଲିମିଟେଡ କଲିଂ ସହ ୧୪ ଜିବି ଡାଟା ରହିଛି । ଯାହାର ବୈଧତା ୧ ମାସ ଯଏ ରହିବ । କିନ୍ତୁ ଏହି ଯୋଜନା ସବୁ ଗ୍ରାହକଙ୍କ ପାଇଁ ଉପଲବ୍ଧ ନୁହଁ ।