ପୀଡିତା ସାମ୍ନାରେ ସେଲ୍ଫି ନେବା ପଡିଲା ମହଙ୍ଗା ! ୩ ମହିଳା କନେଷ୍ଟବଳ ନିଲମ୍ବିତ

35

ଲକ୍ଷ୍ନୈା : ଲକ୍ଷ୍ନୈାର କେଜିଏମୟୁ ଡାକ୍ତରଖାନାରେ ଘଟିଛି ଏକ ଅଭାବନୀୟ ଘଟଣା । ଗଣଦୁର୍ଷ୍କମ ଓ ଏସିଡ୍ ଆକ୍ରମଣର ଶିକାର ପୀଡିତାର ସାମ୍ନାରେ ସେଲ୍ଫି ନେବା ପଡିଛି ମହଙ୍ଗା । ୩ଜଣ ମହିଳା କନେଷ୍ଟବଳ ଏଥିପାଇଁ ହୋଇଛନ୍ତି ନିଲମ୍ବିତ । ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଲାପରେ ଏଥିନେଇ ଚାରିଆଡେ ଚର୍ଚ୍ଚା ଜୋରଧରିଛି ।

ସୂଚନା ଅନୁସାରେ , ଗଣଦୁର୍ଷ୍କମ ଓ ଏସିଡ୍ ମାଡର ଶିକାର ମହିଳା ଜଣକ ଗଙ୍ଗା-ଗୋମତି ଏକ୍ସପ୍ରେସରେ  ଲକ୍ଷ୍ନୈା ଫେରିଥିଲେ । କିଛି ଦୁର୍ବୃତ୍ତଜୋରଜବରଦସ୍ତ ତାଙ୍କୁ ଗଣଦୁର୍ଷ୍କମ କରିଥିଲେ ଏବଂ ଏସିଡ୍ ପିଆଇଦେଇଥିଲେ । ପୀଡିତାଙ୍କୁ ଚିକିତ୍ସା ପାଇଁ  ଲକ୍ଷ୍ନୈାର କିଙ୍ଗ ଜର୍ଜସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ଉକ୍ତ ହସ୍ପିଟାଲରେ ପୀଡିତାଙ୍କ ସୁରକ୍ଷାରେ ୩ ମହିଳା ପୁଲିସ କନେଷ୍ଟବଳ ନିୟୋଜିତ ହୋଇଥିଲେ । ହେଲେ ପୀଡିତା ସହ ସେଲ୍ଫି ନେଇ ସେ ଭୁଲିଯାଇଥିଲେ ମଣିଷର ମାନବିକତା । ମଣିଷ ମଣିଷକୁ ଦୁଃଖ ସମୟରେ ସମବେଦନା ଜଣାଇବା ବଦଳରେ ଏପରି ଫଟୋ ଉଠାଇ ଖୁସି ମନାଇବା ପାଲଟିଛି ଆଲୋଚନାର ବିଷୟ । ଏହି ଘଟଣାର ଫଟୋ ସୋସିଆଲରେ ଘୂରିବୁଲିବା ବେଳେ ସତ ଆସିଥିଲା ସାମ୍ନାକୁ । ଆଉ ଉତ୍ତରପ୍ରଦେଶ ପୁଲିସ ଏହି ବିଷୟକୁ ଗମ୍ଭୀରତାର ସହ ନେଇ ନିଲମ୍ବିତ କରିଛି ଏହି ୩ କନେଷ୍ଟବଳଙ୍କୁ ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସେହି ହସ୍ପିଟାଲରେ ପୀଡିତାଙ୍କୁ ଭେଟି ପୀଡିତାଙ୍କ ସ୍ୱାମୀଙ୍କୁ ୧ଲକ୍ଷ ସାହାଯ୍ୟ ଅର୍ଥ ଦେଇଥିଲେ । ଆଉ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନର ଆଶା କରିଥିଲେ ।

ଏହାସହ ଦେଖନ୍ତୁ ଏହି ଭିଡିଓ-