ମଶାଣୀରେ ମହିଳା ! ଶବଦାହ କରି ପୋଷୁଛନ୍ତି ପେଟ

43

ଭାରତୀୟ ସଂସ୍କୃତି ଅନୁସାରେ କିଛି କାର୍ଯ୍ୟ ଏମିତି ଥାଏ ଯାହା କେବଳ ପୁରୁଷ ମାନେ ହିଁ କରିଥାନ୍ତି । ତାହା ଭିତରୁ ଗୋଟିଏ ହେଉଛି ମଶାଣୀରେ ଶବଦାହ କରିବା । ଯେହେତୁ ନାରୀର ସ୍ୱରୁପ ଜନନୀର ହୋଇଥାଏ ତେଣୁ ଶବଦାହ କାର୍ଯ୍ୟରୁ ଏମାନଙ୍କୁ ବାରଣ କରାଯାଇଥାଏ । କିନ୍ତୁ ଏବେ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଯେଉଁଠି ଦୁଇଜଣ ମହିଳା ଦୀର୍ଘ ବର୍ଷ ହେବ ଜଳୁଥିବା ମୃତ ଦେହ ସହ କାଟୁଛନ୍ତି ନିଜ ରାତି । ଆଉ ଦୀର୍ଘବର୍ଷ ହେବ ଶବଦାହ କରି ଲୋକମାନଙ୍କ ଅନ୍ତିମ ବିଦାୟର ସାଜିଛନ୍ତି ପ୍ରମାଣ ।

ଏହି ଦୁଇ ବୃଦ୍ଧା ମହିଳା ହେଉଛନ୍ତି ଜବଲପୁରର କୌଶଲ୍ୟାବାଇ ଏବଂ ଛୋଟିବାଇ । ଉଭୟ ସ୍ୱାମୀଙ୍କ ମୃତ୍ୟୁ ପରେ ଏହି କାର୍ଯ୍ୟକରି ନିଜ ପେଟ ପୋଷୁଛନ୍ତି । ତେବେ କୌଶଲ୍ୟାବାଇଙ୍କ ଆଖିରୁ ଆଲୋକ ଚାଲିଯିବା ପରେ ଏଥିରୁ ଅବସର ନେଇ ସାରିଛନ୍ତି । କିନ୍ତୁ ୬୫ ବର୍ଷୀୟା ଛୋଟିବାଇ ଏବେବି ଶବଦାହ କରି ନିଜ ପେଟ ପୋଷୁଛନ୍ତି । ମୃତଦେହ ପିଛା ପାଇଥାନ୍ତି ମାତ୍ର ୧୦୦ ରୁ ୨୦୦ ଟଙ୍କା । ହେଲେ ବି ବିନା କୌଣସି ଅଭିଯୋଗରେ ଦୀର୍ଘଦିନ ଧରି ଅନବରତ ଭାବେ କରିଚାଲିଛନ୍ତି ଏହି କାର୍ଯ୍ୟ ।