ବିଜେଡିକୁ ଶକ୍ତ ଧକ୍କା ! ଶଙ୍ଖ ଛାଡି ପଦ୍ମ ପୋଖରୀକୁ ଡେଇଁଲେ ଜୟରାମ ପାଙ୍ଗୀ

28

କନକ ବ୍ୟୁରୋ : ବିଜେଡି ସହ ୪୦ ବର୍ଷର ସମ୍ପର୍କ ଭାଂଗି ବିଜେପିରେ ସାମିଲ ହୋଇଛନ୍ତି ଦଳର ପୁରୁଖା ନେତା ଜୟରାମ ପାଂଗୀ । ଗତକାଲି ଯାଜପୁରର ବରିଷ୍ଠ ନେତା ଅମର ନାଏକ ବିଜେଡି ଛାଡି ବିଜେପିରେ ଯୋଗ ଦେବା ପରେ ଆଜି ଜୟରାମ ପାଙ୍ଗୀଙ୍କ ବିଜେପିରେ ଯୋଗଦାନ ବିଜେଡି ପାଇଁ ଶକ୍ତ ଧକ୍କା ସଦୃଶ ହୋଇଛି । କୋରାପୁଟ ଜିଲ୍ଲା ବିଜେଡି ସଭାପତି, ସାଂସଦ ତଥା ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗି ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । କହିଛନ୍ତି, ୪୦ ବର୍ଷର ସମ୍ପର୍କକୁ ୪୦ ସେକେଣ୍ଡରେ ଭାଂଗିଦେଇଛି ବିଜେଡି । ଗୁରୁତ୍ୱପୂଣ୍ଣ କଥା ହେଉଛି ବିଭିନ୍ନ କାରଣକୁ ନେଇ ବିଜେଡିରେ ଅସନ୍ତୋଷ କୁହୁଳୁଥିବା ବେଳେ ପାଂଗୀ ଏହି ବଡ ପଦକ୍ଷେପ ନେଇଛନ୍ତି ।

ମନ୍ତ୍ରୀମଣ୍ଡଳ ଅଦଳବଦଳ ପରେ ଯେତେବେଳେ ବିଜେଡି ଅକଳରେ ପଡିଛି, ସେତେବେଳେ ଦକ୍ଷିଣ ଓଡିଶାରେ ତଥା ଅବିଭକ୍ତ କୋରାପୁଟ ଜିଲ୍ଲାର ଏହି ଟାଣୁଆ ସଂଗଠକ ବିଜେପିରେ ସାମିଲ ହେବା ଦଳ ପାଇଁ ଧକ୍କା ହୋଇଛି । ଜିଲ୍ଲା ପରିଷଦ ନିର୍ବାଚନ ସମୟରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହୋଇଥିବା ପାଙ୍ଗୀଙ୍କୁ ଯଦିଓ ମନାଇବାକୁ ନବୀନଙ୍କ ଦୂତ କାମ କରିଥିଲେ, ତଥାପି ଏଥିରେ ସଫଳତା ମିଳିନଥିଲା । ପାଙ୍ଗୀ କହିଛନ୍ତି, ୪୦ ବର୍ଷର ଅବଦାନ ବଦଳରେ ଦଳ ତାଙ୍କୁ ୪୦ ସେକେଣ୍ଡରେ ପର କରିଦେଲା ।