ବିଧାନସଭା ଶୀତ ଅଧିବେଶନ : ପ୍ରଥମ ଦିନରେ ଜାପାନୀ ଜ୍ୱର ତାତି

24

କବକ ବ୍ୟୁରୋ : ଜାପାନୀ ଜ୍ୱର ତାତିରେ ଉଷୁମ ହେଲା ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନ । ପ୍ରଶ୍ନକାଳ ବାତିଲ କରି ଜାପାନୀ ଜ୍ୱରରେ ମାଲକାନଗିରିରେ ଶତାଧିକ ଶିଶୁ ମୃତ୍ୟୁ ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଥିଲା କଂଗ୍ରେସ । ବାଚସ୍ପତିଙ୍କ ଟେବୁଲ ନିକଟକୁ କଂଗ୍ରେସ ବିଧାୟକମାନେ ଯାଇ ହୋ ହାହ୍ଲା କରିଥିଲେ । ଫଳରେ ଗୃହକୁ ବାରମ୍ବାର ମୁଲତବି କରିଥିଲେ ବାଚସ୍ପତି ।

ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଦିବଙ୍ଗତ ବିଧାୟକ ଲୁଲୁ ମହାପାତ୍ର, ବିନୋଦ ବିହାରୀ ସିଂ ବରିହା ଓ ଗୈାସାଙ୍ଗ ଶବରଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରକାଶ କରାଯାଇଥିଲା । ସେହିପରି ତିନି ଜଣ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ମଧ୍ୟ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ।