ପଂଚାୟତ ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତି ଆରମ୍ଭ : ଆଜିଠୁ ମାସେ ଯାଏଁ ବିଜେଡିର ଜନ ସଂପର୍କ ପଦଯାତ୍ରା

39

କନକ ବ୍ୟୁରୋ : ଆଜିଠାରୁ ବିଜେଡିର ଜନ ସଂପର୍କ ଯାତ୍ରା । ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇ ଜୟ ପ୍ରକାଶ ନାରାଣୟଙ୍କ ଜୟନ୍ତୀ ଯାଏଁ ଚାଲିବା ଏହି ପଦଯାତ୍ରା । ନିର୍ବାଚନ ସମୟରେ ବିଜେଡି ଦେଇଥିବା ପ୍ରତିଶ୍ରୁତି ଏବଂ ସରକାରଙ୍କ ବିକାଶ ମୂଳକ ଯୋଜନା ସଂପର୍କରେ ଲୋକଙ୍କୁ ଅବଗତ କରିବା ଉଦେଶ୍ୟରେ ଏହି ପଦଯାତ୍ରା କରୁଛି ବିଜେଡ଼ି ।

ଜିଲ୍ଲା ସ୍ତରରରୁ ଆରମ୍ଭ କରି ବ୍ଲକ୍ ଏବଂ ପଂଚାୟତ ସ୍ତରରେ ହେବାକୁ ଥିବା ଏହି ଜନ ସଂପର୍କ ଯାତ୍ରା ପାଇଁ ରାଜ୍ୟସ୍ତରରେ ୩ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି । ସେହିପରି ଜିଲ୍ଲା ସ୍ତରରେ ଏହି ଅଭିଯାନକୁ ସଫଳ କରିବା ପାଇଁ ବିଜେଡି ପକ୍ଷରୁ ୩୩ ଜଣ ଜିଲ୍ଲା ସ୍ତରୀୟ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦିଆ ଯାଇଛି ।

କେନ୍ଦ୍ରରେ ଥିବା ଏନଡିଏ ସରକାରଙ୍କ ବିଫଳତା, ବିଶେଷ କରି ପୋଲାଭରମ୍ ଏବଂ ମହାନଦୀ ପ୍ରସଙ୍ଗରେ କେନ୍ଦ୍ର କେମିତି ଓଡିଶାକୁ ଅବହେଳା କରୁଛି ସେ ନେଇ ଲୋକଙ୍କ ପାଖରେ ବାର୍ତା ପହଂଚାଇବାର ଲକ୍ଷ୍ୟ ଥିବା ବିଜେଡି ପକ୍ଷରୁ କୁହାଯାଇଛି । ତେବେ ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ଏହାକୁ ବିଜେଡିର କ୍ଷେତ୍ର ପ୍ରସ୍ତୁତି ବୋଲି ବି କୁହାଯାଉଛି ।