ଜମ୍ମୁ କଶ୍ମୀର: ଅନନ୍ତନାଗ ଜିଲ୍ଲାରେ ଏନକାଉଣ୍ଟର,ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ହିଜବୁଲ ଆତଙ୍କବାଦୀ ନିହତ

27

କନକ ବ୍ୟୁରୋ : ଜମ୍ମୁ-କଶ୍ମୀରର ଅନ୍ତନନାଗ ଜିଲ୍ଲାରେ ମୁହାମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ ଓ ଆତଙ୍କବାଦୀ । ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ହିଜବୁଲ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି । ଏହାସହ ସେମାନଙ୍କ ପାଖରୁ ୩ଟି ରାଇଫଲ ଓ ବହୁ ମାରଣାସ୍ତ୍ର ଜବତ ହୋଇଛି । ପାହେଲଗାଁଓ ସହର ନିକଟ ଅବୁରା ଗାଁରେ ହିଜବୁଲ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ମିଳିଥିଲା । ଏହି ଖବର ପାଇ ପୋଲିସ ଓ ଯବାନ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଅବୁରା ଗାଁକୁ ଯବାନ ଘେରିଯିବା ପରେ ଆତଙ୍କବାଦୀ ଗୁଳିମାଡ କରିଥିଲେ । ଏହାପରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।