ଆଜି ଜଗମୋହନ ପରିଦର୍ଶନରେ ଯିବେ ବିରୋଧୀଦଳ ନେତା ନରସିଂହ ମିଶ୍ର

28

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ବଢୁଛି ଜଗମୋହନ ସୁରକ୍ଷା ଚିନ୍ତା। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଚାନକ ଯାଇ ଶ୍ରୀମନ୍ଦିର ଜଗମୋହନ ସ୍ଥିତି ଅନୁଧ୍ୟାନ କରିବା ପରେ ଆଜି ବିରୋଧୀ ଦଳ ନେତା ନରସିଂହ ମିଶ୍ର ପୁରୀ ଯାଉଛନ୍ତି। ବିରୋଧୀ ଦଳ ନେତା ଆଜି ଦିନ ୧୦ଟା ୪୫ରେ ଶ୍ରୀମନ୍ଦିର ପହଞ୍ଚିବା ପରେ ଦିନ ୧୧ଟା ୪୫ରେ ଜଗମୋହନ ମରାମତି ନେଇ ବିଭିନ୍ନ ଅଧିକାରୀଙ୍କ ସହ ପୁରୀ ସର୍କିଟ୍ ହାଉସ୍ ରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।
ଜଗମୋହନର ସ୍ଥିତି ନିରୀକ୍ଷଣ ପାଇଁ ଆସନ୍ତାକାଲି କେନ୍ଦ୍ର ସଂସ୍କୃତି ସଚିବଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଟିମ୍ ଶ୍ରୀମନ୍ଦିର ପରିଦର୍ଶନରେ ଆସୁଛି। ଏହି ଟିମ୍ ରେ ଏଏସ୍ଆଇ ଡିଜି ଓ ପ୍ରତ୍ନତତ୍ତ୍ୱବିତ୍ ମାନେ ମଧ୍ୟ ରହିବେ। ଏହି ଟିମ୍ ଜଗମୋହନ ପରିଦର୍ଶନ ପରେ ବୈଷୟିକ କୋର୍ କମିଟି ସହ ଆଲୋଚନା କରିବେ। ପରେ ଟିମ୍ ସଦସ୍ୟମାନେ ଭୁବନେଶ୍ୱରରେ ମୁଖ୍ୟ ସଚିବଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବସି ଜଗମୋହନର ଦୀର୍ଘସ୍ଥାୟୀ ମରାମତି ନେଇ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବାର କାର୍ୟ୍ୟକ୍ରମ ରହିଛି।