ମହାକାଶ ଗବେଷଣା କ୍ଷେତ୍ରରେ ଯୋଡିହେବ ଆଉ ଏକ ମାଇଲଖୁଂଟ ! ଆଜି ଇସ୍ରୋ ମହାକାଶକୁ ପ୍ରେରଣ କରିବ ସଂଚାର ଉପଗ୍ରହ ଜିସାଟ୍-୬ଏ

27

କନକ ବ୍ୟୁରୋ : ମହାକାଶ ଗବେଷଣା କ୍ଷେତ୍ରରେ ଆଜି ଯୋଡିହେବ ଆଉଏକ ମାଇଲଖୁଂଟ । ଆଜି ଇସ୍ରୋ ଲଂଚ କରିବ ସଂଚାର ଉପଗ୍ରହ ଜିସାଟ-୬ ଏ । ଏଥିପାଇଁ ଗତକାଲି ଅପରାହ୍ନ ଗୋଟାଏ ୫୬ ମିନିଟରୁ ୨୭ ଘଂଟିଆ ଅବଗଣନା ଆରମ୍ଭ ହୋଇଛି । ଚେନ୍ନାଇର ଶହେ ଦଶ କିଲୋମିଟର ଦୂର ଶ୍ରୀହରିକୋଟା ମହାକାଶ କେନ୍ଦ୍ରରୁ ଆଜି ୪ଟା ୫୬ ମିନିଟରେ ଏହି ଉପଗ୍ରହକୁ ଉତକ୍ଷେପଣ କରାଯିବ ।

ଜିଏସଏଲଭି-ଏମକେ ୨ ରକେଟ ଦ୍ୱାରା ଏହି ଉପଗ୍ରହ ଉତକ୍ଷେପଣ ହେବ । ଏହି ଉପଗ୍ରହ ମୋବାଇଲ୍ ଓ ସୂଚନା ସେବା କ୍ଷେତ୍ରରେ ଅନେକ ସୁବିଧା ପ୍ରଦାନ କରିବ । ଜିସାଟ୍-୬ର ଓଜନ ୨୧୪୦ କିଲୋ । ଏହା ଉଚ ଶକ୍ତିସଂପନ୍ନ ଏ-ବ୍ୟାଣ୍ଡ ଯୋଗାଯୋଗ ଉପଗ୍ରହ । ଏହି ଉପଗ୍ରହ ମହାକାଶରେ ୧୦ ବର୍ଷ ପାଇଁ କାର୍ଯ୍ୟ କରିବ । ଉପଗ୍ରହ ନିର୍ମାଣ ପାଇଁ ୨୭୦କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।