ଆଇପିଏଲ ଇତିହାସର ସର୍ବନିମ୍ନ ଦଳଗତ ସ୍କୋର ! ମାତ୍ର ୪୯ ରନରେ ଅଲଆଉଟ କୋହଲିଙ୍କ ରୟାଲ ଚ୍ୟାଲେଂଜର୍ସ ବେଙ୍ଗାଲୁର

37

କନକ ବ୍ୟୁରୋ : ଆଇପିଏଲ-୧୦ର ୨୭ତମ ମ୍ୟାଚରେ ରୟାଲ ଚ୍ୟାଲେଂଜର୍ସ ବେଙ୍ଗାଲୁରର ବିପର୍ଯ୍ୟୟ ଦେଖିବାକୁ ମିଳିଛି । ଧୁଆଁଧାର ବ୍ୟାଟସମ୍ୟାନ ଥିଲେ ବି ବାଂଗାଲୋର ଦଳ ମାତ୍ର ୪୯ ରନ କରିବାରେ ସକ୍ଷମ ହୋଇଥିଲା । ଆଇପିଏଲ ଇତିହାସରେ ଏହି ସର୍ବନିମ୍ନ ରନ କ୍ରିକେଟ ପ୍ରେମୀଙ୍କୁ ସ୍ତବ୍ଧ କରିଦେଇଛି । ରବିବାର କୋଲକାତାର ଇଡେନ ଗାର୍ଡେନସରେ କୋଲକାତା ନାଇଟ ରାଇଡର୍ସ ଓ ବେଙ୍ଗାଲୁର ମଧ୍ୟରେ ଲଢେଇ ଆରମ୍ଭ ହୋଇଥିଲା ।

କୋଲକାତାକୁ ବେଙ୍ଗାଲୁର ୧୩୧ ରନରେ ସୀମିତ ରଖିବା ପରେ ବେଙ୍ଗାଲୁରର ସହଜ ବିଜୟ ଆଶା କରୁଥିଲେ । କିନ୍ତୁ କୋଲକାତାର ଶାଣିତ ବୋଲିଂ ଆଗରେ ଅଧିନାୟକ ବିରାଟ କୋହଲି ଖାତା ଖୋଲି ପାରିନଥିଲେ । ସେହିପରି ଅନ୍ୟ ବ୍ୟାଟସମ୍ୟାନମାନେ ଦୁଇ ଅଙ୍କ ବି ଛୁଇଁପାରିନଥିଲେ ।