୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତ କରିଛି ବ୍ଲୁ ପ୍ରିଂଟ ! ଦଳକୁ ସଂଗଠିତ କରିବା ପାଇଁ ରାଜ୍ୟ କାର୍ଯ୍ୟକାରିଣୀରେ ନିଷ୍ପତି

19

କନକ ବ୍ୟୁରୋ : ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତ କରିଛି ବ୍ଲୁ ପ୍ରିଂଟ । ରାଜ୍ୟର ୩୬ ହଜାର ବୁଥ ସ୍ତରରୁ ଦଳକୁ ସଂଗଠିତ କରିବା ପାଇଁ ରାଜ୍ୟ କାର୍ଯ୍ୟକାରିଣୀରେ ନିଷ୍ପତି ହୋଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନ୍ୟୁ ଇଣ୍ଡିଆ କାର୍ଯ୍ୟକ୍ରମ ଶୈଳୀରେ ନୂଆ ଓଡିଶା ପାଇଁ ବିଜେପି କାର୍ଯ୍ୟକରିବ ବୋଲି ରାଜ୍ୟ ବିଜେପି ନିଷ୍ପତି ନେଇଛି । ଲୋକଙ୍କ ସ୍ୱାର୍ଥ ସୁରକ୍ଷା ଓ ସାମଗ୍ରିକ ବିକାଶ ପାଇଁ ବିଜେପି କାମ କରିବ ବୋଲି ସୂଚନା ଦିଆଯାଇଛି ।

ଗତ ୨ ଦିନ ଧରି ବାରିପଦା ଠାରେ ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ଚାଲିଥିଲା । ଯେଉଁଥିରେ ରାଜ୍ୟର ସବୁ ସାଙ୍ଗଠନିକ ଜିଲ୍ଲାର ସଭାପତି ଏବଂ ପ୍ରଭାରୀଙ୍କ ସମେତ ଦୁଇ କେନ୍ଦ୍ରମନ୍ତ୍ରୀ ଯୋଗ ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ଏହି ବୈଠକରେ ଯୋଗ ଦେଇ କେନ୍ଦ୍ରୀୟ ଯୋଜନାର ବହୁ ଦିଗ ଉପରେ ବିଜେପି ନେତା ଓ କର୍ମୀଙ୍କ ସହ ଆଲୋଚନା କରିଛନ୍ତି । କେନ୍ଦ୍ରୀୟ ଯୋଜନାର ଲାଭ ଲୋକଙ୍କ ନିକଟରେ ପହଚାଂଇବାକୁ ପରାମର୍ଶ ଦେଇଛନ୍ତି ଧର୍ମେନ୍ଦ୍ର ।