ଆଇପିଏଲ୍ ଉଦଘାଟନୀ ମ୍ୟାଚରେ ବାଜି ମାରିଲା ସନରାଇଜର୍ସ ! ୩୫ ରନରେ ହାରିଲା ବାଙ୍ଗାଲୋର

38

କନକ ବ୍ୟୁରୋ : ଆଇପିଏଲର ଉଦଘାଟନୀ ମ୍ୟାଚରେ ବାଜି ମାରିଛି ସନରାଇଜର୍ସ ହାଇଦ୍ରାବାଦ । ଗତଥରର ରନର୍ସଅପକୁ ହରାଇଛି ଚାମ୍ପିଅନ୍ ଦଳ । ଆରମ୍ଭରୁ ଜମିଛି ଯୁବି ଧମାକା । ଯୁବରାଜ ସିଂହଙ୍କ ଦମଦାର ଇନିଂସ ବଳରେ ବାଙ୍ଗାଲୋରକୁ ୩୫ ରନରେ ମାତ୍ ଦେଇଛି ହାଇଦ୍ରାବାଦ । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୨୦୭ ରନ୍ କରିଥିଲା ।

ଯୁବରାଜ ୨୭ ବଲରେ ୬୨ ରନ୍ କରିଥିଲେ । ଯେଉଁଥିରେ ଥିଲା ୭ ଚୌକା ଏବଂ ୩ ଛକା । ତାଙ୍କୁ ସାଥ୍ ଦେଇଥିଲେ ଅଷ୍ଟ୍ରେଲúd ଅଲରାଉଣ୍ଡର ମୋଜେସ୍ ହେନରିକ୍ସ । ସେ ୩୭ ବଲରେ ୫୨ ରନ୍ କରିଥିଲେ୍ । ଜବାବରେ ବାଙ୍ଗାଲୋର ୧୯ ଓଭର ୪ ଟି ବଲରେ ୧୭୨ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ଯୁବରାଜ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ ।

ଆଜି ଆଇପିଏଲର ଦ୍ୱିତୀୟ ମ୍ୟାଚରେ ରାଇଜିଂ ପୁନେ ସୁପର ଜିଆଂଟସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ । ପୁନେରେ ରାତି ୮ଟାରେ ଖେଳାଯିବ ଏହି ମ୍ୟାଚ୍ । ଦୁଇଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ନୂଆ ଦଳ ପୁନେ । ଧୋନୀଙ୍କୁ ହଟାଇ ଦଳ ଷ୍ଟିଭେନ ସ୍ମିଥଙ୍କୁ ଅଧିନାୟକ କରିଛି ।