ଟ୍ରେନକୁ ଅପେକ୍ଷା କରି କରି ଆଉ ବିରକ୍ତ ଅନୁଭବ କରିବେ ନାହିଁ ! ଷ୍ଟେସନରେ ହେବ ମନୋରଞ୍ଜନ, ଟିଭି ସହ ଜୁସ ଓ କୋଲ୍ଡ ଡ୍ରିଙ୍କସ୍ ଉପଲବ୍ଧ ହେବ

32

ଟ୍ରେନରେ ଯାତ୍ରା କରିବା ସମୟରେ ସବୁଠାରୁ କଷ୍ଟକର କଥା ହେଲା ବିଳମ୍ବରେ ଟ୍ରେନ ଆସିବା । ଟ୍ରେନ ବିଳମ୍ବ ହେଲେ ଘଂଟା ଘଂଟା ଧରି ଷ୍ଟେସନରେ ଅପେକ୍ଷା କରିବା ପାଇଁ ବଡ଼ ବିରକ୍ତକର ।  ଏପରିସ୍ଥଳେ କିଛି ଲୋକ ୱେଟିଂ ରୁମରେ ବସି ରୁହନ୍ତି । ଆଉ କିଛି ଲୋକେ ପ୍ଲାଟଫର୍ମ ଓ ଏପଟେ ସେପଟେ ବୁଲାବୁଲି କରୁଥାଆନ୍ତି । ଯାତ୍ରା ପୂର୍ବରୁ ଟ୍ରେନକୁ ଅପେକ୍ଷା କରିବା ସବୁଠାରୁ ବିରକ୍ତିକର କାମ । ତେବେ ଏବେ ଆଉ ଟ୍ରେନକୁ ଅପେକ୍ଷା କରିବା ସମୟରେ ଆପଣ ବିରକ୍ତ ଅନୁଭବ କରିବେ ନାହିଁ । ୱେଟିଂ ରୁମରେ ଆପଣଙ୍କର ଭରପୁର ମନୋରଞ୍ଜନ ହେବ । ଏଥଇପାଇଁ ଭାରତୀୟ ରେଳବାଇ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି ।

ଭାରତୀୟ ରେଳବାଇ ସାଧାରଣ ଲୋକର ଯାତ୍ରାକୁ ଆରମଦାୟକ କରିବା ପାଇଁ ଲଗାତାର ଚେଷ୍ଟା ଚଳାଇଛନ୍ତି । ଏପରସ୍ଥଳେ ରେଳବାଇ ବିଳମ୍ବ ପାଇଁ ବିରକ୍ତ ହେଉଥିବା ଲୋକଙ୍କୁ ମନୋରଞ୍ଜନ ଯୋଗାଇବା ପାଇଁ ମନସ୍ଥ କରିଛନ୍ତି । ଏବେ ୱେଟିଂ ରୁମରେ ରହିବ ଉପଲବ୍ଧ କରାଯିବ ଟିଭି । ଏହା ବ୍ୟତୀତ ଅନ୍ୟ ସୁବିଧା ମଧ୍ୟ ଉପଲବ୍ଧ କରାଯିବ ।

ମିଡ଼ିଆ ରିପୋର୍ଟ ଅନୁସାରେ ଭାରତୀୟ ରେଳବାଇ ସାରା ଦେଶରେ ଥିବା ୱେଟିଂ ରୁମରେ ଟିଭି, ଜୁସ ଓ କୋଲ୍ଡ ଡ୍ରିଙ୍କସ ଆଦି ଯୋଗଇବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ପରୀକ୍ଷା ମୂଳକ ଭାବେ ଏହି ଯୋଜନା ଲାଗୁ ହୋଇଛି । ଏବେ ଦିଲ୍ଲୀ ଡ଼ିଭିଜନର ୱେଟିଂ ରୁମରେ ଏହି ସୁବିଧା ଊପଲବ୍ଧ କରାଇବା ପାଇଁ ବିଚାର କରାଯାଉଛି । ଏହା ବତୀତ ୱେଟିଂ ରୁମରେ ସଫାସୁତୁରା ଆସବାବପତ୍ର ଓ ଟୟଲେଟ୍ ପରି ଅନ୍ୟ ସୁବିଧା ମଧ୍ୟ ଉପଲବ୍ଧ କରାଯିବ । ଖବର ଅନୁସାରେ ଦିଲ୍ଲୀ ଡିଭିଜନ ଏହି ଯୋଜନାକୁ ୩ ମାସ ପର୍ଯ୍ୟନ୍ତ ଚଳାଇବ । ଆଉ ଏହାପରେ ରେଳବାଇକୁ ରିପୋର୍ଟ ପଠାଇବ । ରିପୋର୍ଟ ଆସିବା ପରେ ହିଁ ସାରା ଦେଶରେ ଏହି ଯୋଜନାକୁ ଲାଗୁ କରିବା ପାଇଁ ଯୋଜନା କରାଯିବ ।