୧୦ ବର୍ଷର ଲଢେଇ ପରେ ଅଧିକାର ପାଇଲେ କେନ୍ଦୁପତ୍ର ତୋଳାଳି ! ଦାବି ମାନିଲେ ସରକାର

39

କନକ ବ୍ୟୁରୋ : ଦୀର୍ଘ ୧୦ ବର୍ଷର ଲଢେଇ ପରେ ଅଧିକାର ପାଇଲେ କେନ୍ଦୁପତ୍ର ତୋଳାଳି । ଗାଁ ରୁ ଉଠିଲା କେନ୍ଦୁପତ୍ର । ପଲ୍ଲୀ ଠାରୁ ଦିଲ୍ଲୀ ଯାଏଁ ହକ୍ ପାଇଁ ଲଢେଇ କରୁଥିବା ଆଦିବାସୀଙ୍କର ଶେଷରେ ବିଜୟ ହୋଇଛି । ୨୦୦୮ ମସିହାରୁ ଲଢେଇ ଜାରି ରଖିଥିଲେ କେନ୍ଦୁପତ୍ର ତୋଳାଳି । ନିଜ ଅଂଚଳର ଜଙ୍ଗଲରୁ କେନ୍ଦୁପତ୍ର ତୋଳି ନିଜ ଗାଁରେ ହିଁ ବିକ୍ରି କରିବା ପାଇଁ ଦାବି କରିଥିଲେ କେନ୍ଦୁପତ୍ର ତୋଳାଳି । ସରକାର ଏମାନଙ୍କ ଦାବି ମାନି ନେଇଥିବା ବେଳେ ଏହାକୁ ନେଇ ଆଦିବାସୀ ମନାଇଛନ୍ତି ବିଜୟ ଉତ୍ସବ ।

ଏଥିରେ ସାମିଲ କରିଛନ୍ତି ସ୍ଥାନୀୟ ବିଧାୟକ ଏବଂ ଡିଏଫଓ । ଏହି ଅବସରରେ ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କାଳିପୁର, କନକପୁର,କସ୍ତୁରାପଦର, ଜାମଝରଣ, ଖସିଗୁଡା, ଜାମଗୁଡା ବାହିଲି ଗାଁରେ ଦେଖିବାକୁ ମିଳିଛି ଉତ୍ସବର ମହୋଲ । ଗ୍ରାମସଭା କମିଟିର କେନ୍ଦୁପତ୍ର ତେଳାଳୀ ମାନେ ପ୍ରଥମ ଥର ପାଇଁ ସିଧାସଳଖ ନିଜେ କେନ୍ଦୁପତ୍ର ବିକ୍ରି କରିପାରିଥିବା ଖୁସିରେ ହୋଲି ଖେଳିଛନ୍ତି । ଆଉ ଏଥିରେ ସାମିଲ ହୋଇଥିଲେ ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଓ କଳାହାଣ୍ଡି ଡିଏଫଓ ।